ପ୍ରସିଦ୍ଧ ଶୁଲିଆଯାତ୍ରାରେ ବଳିପଡ଼ିଲେ ହଜାରହଜାର ପଶୁପକ୍ଷୀ

ଦେଓଗାଁ,୨୭ା୧୨(ଏସଏସନିଉଜ) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ମଙ୍ଗଳବାରସକାଳୁ ଆରମ୍ଭ ହୋଇଯାଇଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ ବଡ଼ଖଳା ଓ ସାନଖଳାରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

Comments (0)
Add Comment