ପ୍ରବୀରଙ୍କ ପାଇଁ ଶୋକସଭା

ବାରଙ୍ଗ,୫/୧୧(ଏସ୍‌ଏସ୍‌ନିୟୁଜ) ଜଣାଶୁଣା ଯୁବସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ୩୫ବର୍ଷ ବୟସରେ ଆଜି ପରଲୋକ ଘଟିଛି।ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ କୋଭିଡ଼ ହସପିଟାଲରେ ଚିକିସ୍‌ିତ ହେଉଥିଲେ । ଶ୍ୱାସକ୍ରିୟାରେ ବାଧା ଉପୁଜିବାରୁ ଆଇସିୟୁରେ ରହିବାକୁ ପଡିଥିଲେ ମଧ୍ୟ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।ଏହି ଖବର ଜଣାପଡିବାପରେ ସାମ୍ବାଦିକମାନଙ୍କଠାରୁ ଆରମ୍ଭ କରି ପୋଲିସ,ରାଜନୈତିକ ବ୍ୟକ୍ତିମାନେ ମାନେ ସତ୍ୟନଗର ଶଶ୍ମାନ ପାଖରେ ପହଁଚି ଶୋକ ସନ୍ତପ୍ତ ପରିବାରବଗ୍ରକୁ ସମବେଦନା ଜଣାଇବାସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।ଦୈନିକ ଖବରକାଗଜ ଧରିତ୍ରୀରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା

ପ୍ରବୀର ୧୨ବର୍ଷ ଭିତରେ ସାମ୍ବାଦିକ ଜଗତରେ ଏକ ସ୍ୱ୍‌ତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସ୍ ପାଲଟିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ବାରଙ୍ଗ ପ୍ରେସକ୍ଲବ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାରଙ୍ଗପ୍ରେସ କ୍ଲବର ସଭାପତି ଲିଙ୍ଗରାଜରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ଶୋକସଭାରେ ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ,ଉପ-ସଭାପତି ତ୍ରିଲୋଚନଦାସ, କୋଷାଧକ୍ଷ ପ୍ରକାସ ସାହୁ, ଜଗନ୍ନାଥଭଞ, କମଳାକାନ୍ତ ନାୟକ ,ଅଜୟକୁମାରରାଉତ,କୃଷ୍ନଚନ୍ଦ୍ରସ୍ୱାଇଁ,ମୁନାଖାଁ,ସଂଗ୍ରାମକିଶୋରଦାସ ,ଚିତ୍ରସେନ ବାରିକ , ଦୁଷ୍ମନ୍ତକୁମାରଜେନା,ପ୍ରଶାନ୍ତସାହୁ ପ୍ରମୁଖ ଯୋଗଦେଇ ପ୍ରବୀରଙ୍କ ସ୍ମୃତିଚାରଣ କରିଥିଲେ । ନିକଟରେ କରୋନାରେ ବାପାଙ୍କୁ ହରାଇ ଦୁଃଖରେ ଥିବାବେଲେ ସେହି ପରିବାରର ଏକମାତ୍ର ପୁଥ ଥିବା ପ୍ରବୀରଙ୍କ ଦେହାନ୍ତ ଭଳି ବଡ ଦୁଃଖଦ ଘଟଣାରେ ଶୋକସନ୍ତପ୍ତ ପରିବାରକୁ ସହାୟ ଦେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । (ବାରଙ୍ଗରୁ ଗୈାତମାରାଉତଙ୍କ ରିପୋର୍ଟ)  ।

Comments (0)
Add Comment