ପୁଣି ୧୧୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୭ ଜିଲ୍ଲାରୁ ୧୧୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୯୭ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୩ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୨୫୦ରେ ପହଁଚିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ୩୩, ରାୟଗଡା ୪, କଟକ ୨୦, ଝାରସୁଗୁଡା ଜଣେ, ଖୋର୍ଦ୍ଧା ୧୪, ନୟାଗଡ ୪, ବରଗଡ ଦୁଇ, ଭଦ୍ରକରୁ ଜଣେ, କଳାହାଣ୍ଡି ୪, ଗଜପତି ୧୧, ପୁରୀ ୭, ବଲାଙ୍ଗୀର ଜଣେ, କେନ୍ଦ୍ରାପଡା ଜଣେ, ମୟୁରଭଞ୍ଜ ୪, କୋରାପୁଟ ଜଣେ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୬ ଜଣ ଚିକିତ୍ସା ହେଉଥିବା ବେଳେ ୨୧୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments (0)
Add Comment