ହୁ ହୁ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା :ପୁଣି ୧୩୦ ଆକ୍ରାନ୍ତ ଚିହ୍ନଟ ୧ ଜଣେ ମୃତ

ଭୁବନେଶ୍ବର:୫/୬(ଏସଏସଏନ୍)ରାଜ୍ୟରେ ହୁ ହୁ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଣାୟତ ହୋଇପଡିଲେଣି ରାଜ୍ୟବାସୀ । ହେବା ବି ସ୍ବଭାବିକ୍ କାରଣ ଆଜି ପୁଣି ଆଉ ୧୩୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ର ମୃତୁ ଘଟିଛି  । ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ହଜାର ଟପି ଯାଇଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୪ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୬ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୭ ଜଣ ଚିକିତ୍ସା ହେଉଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୩ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଉଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଖୋର୍ଦ୍ଧାର ଜଣେ ୬୩ ବର୍ଷିୟ ଆକ୍ରାନ୍ତ ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

Comments (0)
Add Comment