ପୁଣି ୧୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପୁଣି ୧୪୬ ନୁଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍‌କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି।ସେଥିମଧ୍ୟରେ ୧୨୭ଜଣ ସଂଗରୋଧରେ ରହୁଥିବାବେଳେ ୧୯ଜଣ ଲୋକାଲଲୋକ ହୋଇଥିବାର ଜଣାପଡିଛି ।ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏନଡିଆରଏଫ ଓ ଓଡ୍ରାଫ ଟିମର ୬୧ଜଣ ଆକ୍ରାନ୍ତ ଅଛନ୍ତି । ଆକ୍ରାନ୍ତମାନେ ସମସ୍ତେ ବାତ୍ୟା ‘ଅମ୍ଫନ’ ପ୍ରଭାବିତ କୋଲକତାକୁ ଉଦ୍ଧାର କାର‌୍ୟ୍ୟରେ ଯାଇଥିଲେ ।
ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁରରୁ ୮, କେନ୍ଦୁଝରରୁ ୨, କଟକରୁ୨, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯, ନୟାଗଡ ୩, ଯାଜପୁର ଜଣେ, ମୟୁରଭଞ୍ଜ ୩, ଢେଙ୍କାନାଳରୁ ଜଣେ, କଳାହାଣ୍ଡିରୁ ୩, କନ୍ଧମାଳରୁ ଦୁଇ, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ବଲାଙ୍ଗୀରରୁ ଜଣେ, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡାରୁ ଦୁଇ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ପଶ୍ଚିମବଙ୍ଗରୁ ଫେରିଥିବା ୬୧ଜଣ ଏନଡିଆରଏଫ ଓ ଓଡ୍ରାଫ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରେ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ (ଜାତୀୟ ବିପର‌୍ୟୟ ପ୍ରଶମନ ବାହିନୀ)ର ୫୦ଜଣ ଯବାନ ରହିଛନ୍ତି ।

Comments (0)
Add Comment