ପୁଣି ୧୯୮୧ ପଜିଟିଭ୍,୯ ମୃତ

ଭୁବନେଶ୍ୱର,୧୩ /୮ (ଏସ ଏସ ନିୟୁଜ )ପୁଣି ରାଜ୍ୟରେ ୩୦ ଜିଲ୍ଲାରୁ ୧୯୮୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତନ୍ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୭୫୬ ସ୍ଥାନୀୟ ମାମଲା ରହିଛି।ଏହି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୭୪ ପଜିଟିଭ୍ ବାହାରିଛି।
ସେହିପରି ଗଞ୍ଜାମରୁ ୨୬୭, କନ୍ଧମାଳରୁ ୧୭୯, ସୁନ୍ଦରଗଡ଼ରୁ ୧୪୫, କଟକରୁ ୧୩୧, କୋରାପୁଟରୁ ୯୭, ପୁରୀରୁ ୭୭, ଭଦ୍ରକରୁ ୬୫, ମାଲକାନଗିରିରୁ ୬୪, ଯାଜପୁରରୁ ୬୦, ବାଲେଶ୍ୱରରୁ ୫୯, ସୋନପୁରରୁ ୫୭, ନୟାଗଡ଼ରୁ ୫୬, ରାୟଗଡ଼ାରୁ ୫୫, ଜଗତସିଂହପୁରରୁ ୪୨, ଢେଙ୍କାନାଳ ଓ କଳାହାଣ୍ଡିରୁ ୩୯ ଲେଖାଏଁ, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୭, କେନ୍ଦ୍ରାପଡ଼ାରୁ ୨୯, ବରଗଡ଼ ଓ ବଲାଙ୍ଗୀରରୁ ୨୭ ଲେଖାଏଁ, କେନ୍ଦୁଝରରୁ ୨୩, ବୌଦ୍ଧରୁ ୨୨, ନବରଙ୍ଗପୁରରୁ ୧୮, ଦେବଗଡ଼ ଓ ନୂଆପଡ଼ାରୁ ୧୬ ଲେଖାଏଁ, ଗଜପତି ଓ ଝାରସୁଗୁଡ଼ାରୁ ୮ ଲେଖାଏଁ ଏବଂ ଅନୁଗୁଳରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ସେହିଭଲିଭାବେ ଗଞ୍ଜାମରୁ ୩, କଟକ ଓ ମୟୂରଭଞ୍ଜରୁ ୨ ଲେଖାଏଁ, କନ୍ଧମାଳ ଓ ସୁନ୍ଦରଗଡ଼ରୁ ଜଣେ କୁ ମିଶାଇ ୯ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୪ ଛୁଇଁଛି। ରାଜ୍ୟରେ ଏବେ ସୁଦ୍ଧା ମୋଟ ୭,୬୫,୦୬୫ ଜଣଙ୍କର ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୩୬,୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୮୦୮ ଆକ୍ଟିଭ ମାମଲା ରହିଛି।

Comments (0)
Add Comment