ପୁଣି ୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱ.୨୮/୫(ଏସଏସନିୟୁଜ) ପୁଣି ୬୭ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୬,ଯାଜପୁର ୧୧,ଖୋର୍ଦ୍ଧାରୁ ୧୧,ନୟାଗଡ଼ ୭,ସୋନପୁର ୪,ବଲାଙ୍ଗୀର, ଜଗତସିଂହପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ସେହିପରି କେନ୍ଦୁଝର ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଟନ୍ତି।

Comments (0)
Add Comment