ପୁଣି ଦେଖାଇଲେ ଉଦାରତା

ବାରଙ୍ଗ,୫/୪(ଏସ୍‌ଏସ୍‌ନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ବ୍ରାହ୍ମଣିଗାଁର ଟୁବୁଲାଦାସଙ୍କର ୫ବର୍ଷର ପୁଅ ବିଶାଲ । ରବିବାରଦିନ ଘରେ ଖେଳୁଥିବାବେଳେ ହୋଇଥିଲା ଅଘଟଣ ।ବିଶାଲ ବିଦ୍ୟୁତ ତାରକୁ ଧରିବା ଫଳରେ ଚେତାଶୁନ୍ୟ ହୋଇଯାଇଥିଲା ।ଏହାକୁ ନେଇ ଘର ଲୋକ ଭୟଭିତ ହୋଇଯାଇଥିଲେ ।ସଟ୍‌ଡାଉନ ସମୟରେ କିଭଳି ପିଲାଟିକୁ ଡାକ୍ତରଖାନାକୁ ନେବେ ସେଥିପାଇଁ ସେମାନଙ୍କୁ ଚିନ୍ତା ଘାରିଥିଲା ।ଏ ବିଷୟରେ ପରିବାରଲୋକ ବାରଙ୍ଗଥାନା ଅଧିକାରୀ ଶଶିକାନ୍ତରାଉତଙ୍କୁ ଜଣାଇବାପରେ ପୋଲିସ କାଳବିଳମ୍ଭ ନକରି ଘଟଣାସ୍ଥଳରେ ପହଁଚିଥିଲା । ପୋଲିସ ପରିବାର ଲୋକଙ୍କୁ ସାହସ ଦେବା ସହିତ ପ୍ରାଥମିକ ଚିକିସ୍‌ାପରେ ବିଶାଲ ର ଚେତା ଫେରିଥିଲା ।ଏହାପରେ ପୋଲିସ ବିଶାଲକୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ନେଇ ଛାଡିଥିବାର ଜଣାପଡିଛି ।ସଟ୍‌ଡାଉନ ସମୟରେ ଥାନାଅଧିକାରୀଙ୍କର ବିପଦ ବଂଚାଇବାର ଗୁଣକୁ ନେଇ ସମସ୍ତେ ପ୍ରଂଶସା କରୁଛନ୍ତି ।

Comments (0)
Add Comment