ପୁଣି ଧରା ହେଲା ନକଲି ଘିଅ କାରଖାନା

କଟକ,୨୧/୧୨(ଏସଏସନିୟୁଜ)ପୁଣି ଧରା ହେଲା ନକଲି ଘିଅ କାରଖାନା । ବାଦାମବାଡି ଥାନା ପୋଲିସ ଓ ସିଏମସି ମିଳିତ ଉଦ୍ୟମରେ ମୁନ୍ ଲାଇଟ୍ ଲେନ୍ ରେ ଏକ ଭଡା ଘରେ ଚାଲୁଥିବା ନକଲି ଘିଅ କମ୍ପାନୀ ଉପରେ ଚଢ଼ାଉ କରିଥିଲେ ।ଦୀର୍ଘବର୍ଷ ଧରିଦୁର୍ଗା ଘିଅ ନାମରେ ବେପାର ଚାଲୁଥିଲା । ଏହି କମ୍ପାନୀର ଫୁଡ୍ ଲାଇସେନ୍ସ, ଟ୍ରେଡ୍ ଲାଇସେନ୍ସ ସମେତ ଅନ୍ୟ କୌଣସି କାଗଜପତ୍ର ନ ଥିଲା । ନକଲି ଘିଅରେ ଅସଲି ନାଲି ରଙ୍ଗର ଷ୍ଟିକର୍ ଲଗାଇ କଟକ ସମେତ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟବସାୟ କରିବାକୁ ପଠାଯାଉଥିଲା। ଚଢାଉ ବେଳେ ଷ୍ଟିକର୍,ମେସିନ୍,ଘିଅ ପ୍ରସ୍ତୁତରେ ସାମଗ୍ରୀକୁ ଜବତ କରିବା ସହ ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖି ଘିଅ ପ୍ୟାକେଟ୍ କୁ ପରୀକ୍ଷା ପାଇଁ ଲାବ୍ରୋଟାରୀ କୁ ପଠାଯାଇଥିବାର ଜଣାପଡିଛି ।

Comments (0)
Add Comment