ପୁଣି ଗାଡ଼ିକାଗଜପତ୍ରର ବୈଧତା ଅବଧି ବଢ଼ିଲା

ନୂଆଦିଲ୍ଲୀ,୨୪/୮ (ସତ୍ୟସନ୍ଧାନ ଡେସ୍କ ) ମହାମାରୀକରୋନାକୁ ଦୃଷ୍ଟିରେ ରଖି ଗାଡ଼ି କାଗଜପତ୍ର ବୈଧତା ଅବଧିକୁ୪ର୍ଥ ଥର ପାଇଁ ଡିସେମ୍ବର ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବାସହ ରାଜ୍ୟ ସରକାରଙ୍କୁ ଆଡଭାଇଜରି ଜାରି କରାଯାଇଛି। ଡିସେମ୍ବର ୩୧ ଯାଏ ଗାଡ଼ିର ଫିଟନେସ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ସମସ୍ତ ପ୍ରକାରର କାଗଜପତ୍ର ବୈଧ ବୋଲି ଧରାଯିବ।୩୧ ମଧ୍ୟରେ କାଗଜପତ୍ରର ଅବଧି ଶେଷ ହୋଇଗଲେ ମଧ୍ୟ ଗାଡ଼ି ମାଲିକଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି।

Comments (0)
Add Comment