ପୁଣି ହେବ ଓସିଏସ୍‌-୨୦୨୦ ପରୀକ୍ଷା

ଭୁବନେଶ୍ବର,୧୩/୧୨(ଏସଏସନିୟୁଜ)ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍‌)-୨୦୨୦ ପରୀକ୍ଷାରୁ ବଞ୍ଚତ୍ତ ଆଶାୟୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। ଯେଉଁ ଛାତ୍ରୀଛାତ୍ରମାନେ ଓସିଏସ୍‌-୨୦୧୮ କିମ୍ବା ଓସିଏସ୍‌-୨୦୧୯ ପରୀକ୍ଷା ଦେଇଛନ୍ତି, କିନ୍ତୁ ବୟସ ସୀମା ଯୋଗୁ ଓସିଏସ୍‌-୨୦୨୦ ପରୀକ୍ଷା ଦେଇପାରି ନାହାନ୍ତି, ସେମାନଙ୍କୁ ଓସିଏସ୍‌- ୨୦୨୦ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିବ। ୟୁପିଏସ୍‌ସି ପାର୍ଟନରେ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ହେବାପରେ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏଭଳି ସୁବିଧା ଯୋଗାଇ ଦିଆଯାଇଥିଲା। ତେବେ ପରୀକ୍ଷାର୍ଥୀଙ୍କ ଅନୁରୋଧକ୍ରମେ ପୁଣି ସରକାର ଏପରି ସୁଯୋଗ ଦେଇଛନ୍ତି।

Comments (0)
Add Comment