ପୁଷ୍କର ଓ ଆଜମେର ତୀର୍ଥଯାତ୍ରାରେଗଲେ ୨୪୬ ବରିଷ୍ଠନାଗରିକ

କଟକ,୪ା୩(ଏସଏସନିଉଜ) ରାଜ୍ୟସରକାରଙ୍କ ବରିଷ୍ଠନାଗରିକ ତୀର୍ଥଯାତ୍ରାକାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାପ୍ରଶାସନପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀଶଙ୍କରଚୟନୀଙ୍କ ପ୍ରତକ୍ଷ ତତ୍ୱବୋଧନରେ କଟକଜିଲ୍ଲାରୁ ୨୪୬ଜଣ ବରିଷ୍ଠନାଗରିକଙ୍କୁ ଚୟନ କରାଯାଇ ରାଜସ୍ଥାନର ପୁଷ୍କର ଓ ଆଜମେର ତୀର୍ଥଯାତ୍ରା ନିମନ୍ତେ ୬ଟିବସ ଯୋଗେ ଶୁକ୍ରବାରଦିନ ଭୁବନେଶ୍ୱର ପଠାଯାଇଛି। ସେଠାରେ ଶନିବାରଦିନ ଟ୍ରେନଯୋଗେ ଉକ୍ତସ୍ଥାନକୁ ଭ୍ରମଣ କରିବେ। ଏହି ତୀର୍ଥସ୍ଥାନମାନ ଭ୍ରମଣକରି ଆସନ୍ତା ୯ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମସ୍ଥିରୀକୃତ ହୋଇଛିବୋଲି କାର୍ଯ୍ୟକ୍ରମସଂଚାଳନ ଦାୟିତ୍ୱରେଥିବା ଡେପୁଟିକଲେକ୍ଟର ଅଳକାରଣୀଦେବତା ସୂଚନା ଦେଇଛନ୍ତି।ପତାକାଦେଖାଇ ଉକ୍ତ ୬ଗୋଟି ବସଚାଲିବାର ଶୁଭାରମ୍ଭ କରାଯାଇଥିଲା।ଏଥିରେ ବାରବାଟୀ-କଟକବିଧାୟକ ଇଂ ମହମ୍ମଦମୁକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକବିଶ୍ବାଳ ଉପସ୍ଥିତଥିଲେ। ସୂଚଯୋଗ୍ୟ ବିଧାୟକ ମାନେ ତୀର୍ଥଯାତ୍ରୀମାନଙ୍କ ସହିତ ବାର୍ତାଳପମଧ୍ୟ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶିବୋଟୋପୋ ଉପସ୍ଥିତରହି ସମସ୍ତକାର୍ଯ୍ୟକ୍ରମର ତଦାରଖ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟଵିଭାଗୀୟ ଅଧିକାରୀମାନେ ଉକ୍ତକାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Comments (0)
Add Comment