ବାରଙ୍ଗ, ୮।୩(ଏସଏସନିଉଜ) ଖାଇବାକୁ ମନାକରିବାରୁ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପୁତୁରାର ମାଡରେ ଦାଦା ଆହତ ହୋଇଥିବା ସହ ଆଖି ହରାଇଛନ୍ତି।ଏନେଇ ଦାଦା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିଜୟ ସାମଲ(୪୦) ଙ୍କର ବଡ଼ବାପା ବଂଶଧର ସାମଲଙ୍କର ଗତ ବୁଧବାର ଦିନ ଏକାଦଶ ଥିଲା। ସେହି ଦିନ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ଭୋଜି ଖାଇବା ପାଇଁ ବାରଣ କରିଥିଲେ। ଏହି ସମୟରେ ବିଜୟଙ୍କର ବଡ଼ବାପା ପୁଅ ଅକ୍ଷୟ ବାରମ୍ବାର ଡାକିଥିଲେ ମଧ୍ୟ ବିଜୟ ଖାଇବା ପାଇଁ ମନା କରିଥିଲେ।ଏଥିରେ ଉତ୍କ୍ଷିପ୍ତ ହୋଇ ଅକ୍ଷୟଙ୍କ ପୁଅ ବିଗନ ସାମଲ(୨୨)ବିଜୟଙ୍କୁ ଆକ୍ରମଣ କରିବା ସହ ଡାହାଣ ପଟ ଆଖିକୁ ଆଘାତ କରିଥିଲେ । ପରେ ପରିବାର ଲୋକ ବିଜୟଙ୍କୁ ଚିକିତ୍ସା ପାଇ ଡ଼ାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ବିଜୟଙ୍କର ଡାହାଣ ଆଖିଟି ନଷ୍ଟ ହୋଇଯାଇଥିବାର ଡ଼ାକ୍ତର କହିବା ପରେ ରବିବାର ଆସି
ବିଜୟ ଏକ ଲିଖିତ ଅଭିଯୋଗ ବାରଙ୍ଗ ଥାନାରେ କରିଛନ୍ତି।ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।