ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିଲା ବିଏମସି

ସଂକ୍ଷେପରେ ଆଜିର ଖବର ,ତାରିଖ ୦୪/୦୫/୨୦, ସୋମବାର ,ଆଜି ମୋହିନି ଏକାଦଶୀ
୧-ମେ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ।
୨-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ ନିଯୁକ୍ତ।
୩-କ୍ବାରେନ୍ଟାଇନ ନିୟମ ଭାଙ୍ଗିଲେ ହୋଇପାରନ୍ତି ଗିରଫ , ମିଳିବନି ସରକାରୀ ସହାୟତା-ମୁଖ୍ୟ ଶାସନ ସଚିବ।
୪-ଆଜି ଠାରୁ ଡିଡି ଓଡ଼ିଆରେ ପଢ଼ିବେ ITI ଓ Diploma ଛାତ୍ରଛାତ୍ରୀ।
୫-ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିବ ଭୁବନେଶ୍ବର ମହାନଗର ନିଗମ।
୬-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା,୧୧ଟି ଜିଲ୍ଲା ୟେଲୋଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।
୭-କରୋନା ଯୋଦ୍ଧାଙ୍କୁ ସଲାମ, ବିମାନରୁ କିମସ୍ କୋଭିଡ୍ ହସ୍ପିଟାଲ ଉପରେ ପୁଷ୍ପବୃଷ୍ଟି କଲା ବାୟୁସେନା।
୮-ଗଞ୍ଜାମରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା; ୫୦ ଧରା ପଡ଼ିଲେ।
୯-ଗ୍ରୀନ୍ ଜୋନ୍ରେ ଚାଲିବନି ବସ୍, ମାଲିକ ସଂଘ କହିଲା ୫୦ ପ୍ରତିଶତ ଯାତ୍ରୀରେ ଖର୍ଚ୍ଚ ଉଠିବନି।
୧୦-ମେ ୧୭ ଯାଏଁ ହାଇକୋର୍ଟ ଓ ନିମ୍ନ ଅଦାଲତର ସ୍ବଭାବିକ କାର୍ଯ୍ୟ ବାତିଲ, ହାଇକୋର୍ଟରେ ସପ୍ତାହକୁ ୫ଦିନ ହେବ ଜରୁରୀ ଶୁଣାଣି।
୧୧-ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବଦଳିଲା ରୁଟ୍।
୧୨-ଜାମ୍ମୁ କାଶ୍ମୀରରେ ଗୁଳି ବିନିମୟ, କର୍ଣ୍ଣେଲ, ମେଜରଙ୍କ ସମେତ ୫ ସହିଦ,୨ ଆତଙ୍କବାଦୀ ନିପାତ।

Comments (0)
Add Comment