ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ଲକର ଭାଙ୍ଗି ୯୦ ହଜାର ଟଙ୍କା ଲୁଟ

ସାନଖେମୁଣ୍ଡି୧୮/୧୧(ଏସ୍‌ଏସ୍‌ନିୟୁଜ):ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅଧିନରେ ଥିବା ନିମଖଣ୍ଡିପେଣ୍ଠ ରାଜସ୍ବ ନିରୀକ୍ଷକ କାର‌୍ୟ୍ୟାଳୟ ଫାଟକର ତାଲା ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଇଥିବାର ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି ।ସୋମବାର କାର୍ଯ୍ୟସାରି ରାଜସ୍ବ ନିରୀକ୍ଷକ କାର‌୍ୟ୍ୟାଳୟ ର କର୍ମଚାରୀମାନେ ମୁଖ୍ୟ ଫାଟକର ତାଲା ପକାଇ ଘରକୁ ଯାଇଥିଲେ ।ମଙ୍ଗଳବାର ସକସଳେ କାର୍ଯ୍ୟାଳୟକୁ ଆସିବା ବେଳେ ଚୋରୀ ହୋଇଥିବାର ଦେଖିବାକୁ ପାଇଥିଲେ ।ଲକରର ଚାବି ଭାଙ୍ଗି ୯୦ହଜାରେ ଟଙ୍କା ଦୁର୍ବୁତମାନେ ଲୁଟି ନେଇଥିବାର ଜଣାପଡିବା ପରେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଆସି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

Comments (0)
Add Comment