ରେଡିମେଡ୍ ଦୋକାନରେ କଳାକନା ବୁଲାଇଲେ ଚୋର

ଆଠଗଡ,୯/୧୨(ଏସ୍‌ଏସ୍‌ନିୟୁଜ)କଳାକନା ବୁଲାଇଲେ ଚୋର ।ଆଠଗଡ ଥାନା ଅର୍ନ୍ତଗତ କରିକୋଲ ଗ୍ରାମର ଗର୍ନ୍ଧବ ମଲ୍ଲିକଙ୍କ ରେଡିମେଡ୍ ଦୋକାନରୁ ଚୋରମାନେ ଲୁଟି ନେଇଛନ୍ତି ସମସ୍ତ ସାମଗ୍ରୀ । ଗର୍ନ୍ଧବ ଗାଁପାଖ କନ୍ତୋଲବ୍ରିଜ ସାପୁଆଠାରେ ଭଡାରେ ଏକ ଘର ନେଇ ରେଡିମେଡ୍ ଦୋକାନ କରିଥିଲେ ।ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିଥାନ୍ତି ।ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ ।ବୁଧବାର ଦିନ ସକାଳେ ଦୋକାନ ଖୋଲିବା ପରେ ତାଙ୍କ ହୋସ ଉଡିଯାଇଥିଲା ।ଦୋକାନ ଭିତରେ ଥିବା ର‌୍ୟାକ୍ ସବୁ ଖାଲି ପଡିଥିଲା । ଦୋକାନ ଭିତରେ ପଶି ଚୋରମାନେ କଳାକନା ବୁଲାଇଦେଇଥିବାର ଗର୍ନ୍ଧବ ଜାଣିବାକୁ ପାଇଥିଲେ । ଚୋରମାନେ ôଘର ସ୍କାଏ ଲାର୍କ ଭାଙ୍ଗି ଭିତରକୁ ପଶି ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ୧୦୦ପିସ୍ ଜିନ୍ସ ପ୍ୟାଂଟ,ଲେଡିସ ଡ୍ରେସ୍ ୧୫୦ପିସ୍‌, ଛୋଟ ଛୁଆ ଙ୍କରଡ୍ରେସ୍ ୪୦ପିସ,ସାର୍ଟ୬୦ପିସ୍‌,ଅନ୍ୟାନ୍ୟ ୩୦ପିସ୍ ନେଇଯାଇଥବା ବିଷୟରେ ଗର୍ନ୍ଧବ ଆଠଗଡଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋର କିମ୍ବା ଚୋରିସାମଗ୍ରୀର ପତା ଅଦ୍ୟାବଧି ସୁଦ୍ଦା ପାଇପାରିନାହିଁ ।

Comments (0)
Add Comment