ରିଲିଜ ହେଲା  ନୂଆ ଗୀତ ତୋ ବିନା

ଭୁବନେଶ୍ୱର, ୮/୧୨(ଏସଏସନିୟୁଜ)ରିଲିଜ ହୋଇଛି ତରଙ୍ଗ ମ୍ୟୁଜିକ୍‌ର ନୂଆ ଗୀତ ‘ତୋ ବିନା’ । ଗୀତିକାର ଲଳିତ ନାରାୟଣ ରଥଙ୍କ ଏହି ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ଏହି ସ୍ଲୋ ରୋମାଣ୍ଟିକ୍ ଗୀତଟିକୁ ଗାଇଛନ୍ତି ଓଡିଶାର ଶ୍ରେୟା ଘୋଷାଲ ଭାବେ ପରିଚିତ କୋକିଳ କଣ୍ଠୀ ଅନ୍ତରା ଚକ୍ରବର୍ତ୍ତୀ । ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ମେଲୋଡି ମେକର ପବିତ୍ର ପଟ୍ଟନାୟକ । ଗତ ସପ୍ତାହରେ ରିଲିଜ ହୋଇଥିବା ଏହି ଗୀତଟିକୁ ୟୁଟ୍ୟୁବରେ ୩୫ ହଜାରରୁ ଲୋକ ଦେଖିସାରିଲେଣି ।ଗୀତଟି ବେଶ୍ ମନଛୁଆଁ ଓ ହୃଦୟସ୍ପର୍ଶୀ ହୋଇଛି । ଗୀତିକାର ଲଳିତ ନାରାୟଣ ରଥଙ୍କ ଏହି ଗୀତର ପ୍ରତିଟି ଶବ୍ଦ ପ୍ରେମରେ ଭରପୁର ରହିଛି । ଗୀତଟିର ପ୍ରଥମ ଦୁଇ ଧାଡି, ତୋ ବିନା ଦିନ ସରେନା, ତୋ ବିନା ରାତି ପାହେନା.. କୁ ଗୁଣୁ ଗୁଣାଉଛନ୍ତି ଯୁବପିଢି ।ଆଗକୁ ଆହୁରି ଅନେକ ଗୀତ ଭେଟି ଦେବାକୁ ପ୍ରସ୍ତୁତି ଚାଲିଛି । ଗୀତଗୁଡିକୁ ଗାଇଛନ୍ତି ଓଡିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ସ୍ୱୟଂ ପାଢୀ, ସତ୍ୟଜିତ୍‌, ଶଶାଂଙ୍କ, ଅନନ୍ୟା, ଲୋପାମୁଦ୍ରା, ସୁଶ୍ମିତା ଦାଶ ।

Comments (0)
Add Comment