ପ୍ରଫେସର ରମାକାନ୍ତ ରାଉତଙ୍କୁ ବୈଦ୍ୟସେବା ସମ୍ମାନ

ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଡାକ୍ତର ଦିବସ ପାଳନ

କଟକ,୧ା୭(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପ୍ରସାଦଙ୍କ ସଭାପତିତ୍ବରେ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଦିବସ ପାଳନ କରାଯାଇଛି ।ଏହି ଉତ୍ସବରେ ଭାରତସରକାରଙ୍କ ତରଫରୁ ବରିଷ୍ଠ ଆୟୁର୍ବେଦଚିକିତ୍ସକ ଭାବେ ପ୍ରଫେସର ବିଧୂଭୂଷଣ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସମାଜରେ ସୁସ୍ଥଭାବେ ବଞ୍ଚିବାପାଇଁ ବହୁ ମୌଳିକପରାମର୍ଶ ପ୍ରଦାନ କରିଥିଲେ ଏବଂ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ତରଫରୁ “ସୁଦକ୍ଷ ଚିକିତ୍ସକ” ଭାବେ କୁଳପତିଙ୍କଦ୍ୱାରା ସମ୍ମାନୀତ କରାଯାଇଥିଲା ।ଉତ୍ସବରେ କୁଳପତି ପ୍ରଫେସର ରମାକାନ୍ତ ରାଉତଙ୍କୁ “ବୈଦ୍ୟ ସେବା ସମ୍ମାନରେ ସମ୍ନାନିତ କରିବାସହ ପ୍ରଫେସର ଅଭୟକୁମାରମିଶ୍ରଙ୍କ ଦ୍ୱାରା ରଚିତ “ଲୌହ କଳ୍ପସ “ପୁସ୍ତକ ଉନ୍ମୋଚନ କରିଥିଲେ ।ଅନଲାଇନ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପ୍ରେସିଡେଣ୍ଟ ପ୍ରଫେସର ରଜିତା କୁଲକର୍ଣ୍ଣି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଉଚ୍ଚତର ଗବେଷଣା ପ୍ରତି ଆଗ୍ରହ ପ୍ରକାଶ ପାଇବା ଏବଂ ବିଶ୍ଵ ଦରବାରରେ ଆୟୁର୍ବେଦକୁ ପ୍ରଚାରପାଇଁ ଆହ୍ଵାନ ଦେଇଥିଲେ । ଶ୍ରୀଶ୍ରୀତତ୍ତ୍ଵର ଏମ୍ ଡ଼ି. ଅରବିନ୍ଦବର୍ଚ୍ଚସି ଅନଲାଇନ୍ ମାଧ୍ୟମରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ପ୍ରଦାନକରିଥିଲେ ।ଡାବରଇଣ୍ଡିଆ ଲିମିଟେଡ଼ ଏବଂ ଶ୍ରୀଶ୍ରୀତତ୍ତ୍ଵ ଦ୍ୱାରା ସମସ୍ତ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ମହାବିଦ୍ୟାଳୟଡିନ୍ ପ୍ରଫେସର ପ୍ରଦୀପକୁମାରପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଡେପୁଟିଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ୟ୍ୟକ୍ରମକୁ ଡାକ୍ତର ଦେବିକା ଶ୍ରୀନିବାସନ ଏବଂ ଡାକ୍ତର ମୋମିତା ତିୱାରୀ ପରିଚାଳନା କରିଥିଲେ ।ଏହିଅବସରରେ ରୋଟାରୀକ୍ଲବ ତରଫରୁ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟର ଡିନ୍ ପ୍ରଫେସର

ପ୍ରଦୀପକୁମାରପଣ୍ଡା, ପ୍ରଫେସର ଲକ୍ଷ୍ମୀପ୍ରିୟା ଦେଇ, ପ୍ରଫେସର ନରେନ୍ଦ୍ରପ୍ରସାଦ, ପ୍ରଫେସର ପଦ୍ମଲୋଚନଶଙ୍ଖୁଆ, ପ୍ରଫେସର ଗୋପବନ୍ଧୁ ଆଚାର୍ୟ୍ୟ ପ୍ରଫେସର ଶାନ୍ତିଲତାଆଚାର୍ୟ୍ୟ, ପ୍ରଫେସର ଅଭୟମିଶ୍ର, ପ୍ରଫେସର ଅଲେଖଚନ୍ଦ୍ରମହାନ୍ତି, ପ୍ରଫେସର ରବିନାରାୟଣ ତ୍ରିପାଠୀ, ପ୍ରଫେସର ରମାକାନ୍ତରାଉତ ପ୍ରମୁଖଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା ।କ୍ଲବସଭାପତି ଦେବାଶିଷ ମିତ୍ର ସେକ୍ରେଟାରୀ ପ୍ରଫେସର ଦୁର୍ଗାପ୍ରସାଦଦାସ,ଗୌରାଙ୍ଗ ଚରଣ ରାଉତଏବଂ ରୋଟାରୀ ଇଣ୍ଟରନ୍ୟାସନାଲ ରସଭ୍ୟ ସିବାଶିଷସୁର ପ୍ରମୁଖ ଉପସ୍ଥିତଥିଲେ ।ଆଗାମୀ ଦିନରେ ରୋଟାରୀକ୍ଳବ ସହ ଶ୍ରୀଶ୍ରୀ ମହାବିଦ୍ୟାଳୟ ମିଳିତଭାବରେ ଆୟୁର୍ବେଦର ପ୍ରସାରପାଇଁ ଚିକିତ୍ସା ଶିବିରମାନ କରିବା ପାଇଁ ସଭାପତି ଦେବାଶିଷମିତ୍ର ପ୍ରତିଶ୍ରୁତି ପ୍ରଦାନକରିଥିଲେ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପପଣ୍ଡା ରୋଟାରୀକ୍ଲବର ସଦସ୍ୟଙ୍କୁ ସ୍ୱାଗତ କରିଥିଲେ ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Comments (0)
Add Comment