ସାବଧାନ ଏଠାକୁ ଗଲେ ଚାଲିଯିବ ଜୀବନ

ଭୁବନେଶ୍ବର,୧୬/୧(ସତ୍ୟସନ୍ଧାନ ଡେସ୍କ)ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ଭାରତର ଅନେକ ସ୍ଥାନ ବ୍ୟତୀତ ବାଂଲାଦେଶ ଏବଂ ଚାଇନାର ବାୟୁ ମଧ୍ୟ ଠିକ ନୁହେଁ।ବାୟୁ ପ୍ରଦୂଷଣ ହେତୁ ଫ୍ରାନ୍ସର ଏକ କୋର୍ଟ ବାଂଲାଦେଶୀ ଶରଣାର୍ଥୀଙ୍କୁ ତାଙ୍କ ଦେଶକୁ ପଠାଇବାକୁ ମନା କରିଦେଇଛନ୍ତି।
ଫ୍ରାନ୍ସର କୋର୍ଟ ଅଫ ଅପିଲ ଅଫ ବୋର୍ଡୋକ୍ସ କହିବା ଅନୁଯାୟୀ, ବାଂଲାଦେଶର ବାୟୁ ପ୍ରଦୂଷଣ ହେତୁ ଆଜମା ରୋଗରେ ପୀଡିତ ୪୦ ବର୍ଷ ବୟସ୍କ ଜଣେ ଶରଣାର୍ଥୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ ତାଙ୍କୁ ତାଙ୍କ ଦେଶକୁ ପଠାଇବା ଉଚିତ୍ ନୁହେଁ। ଏହି ଶରଣାର୍ଥୀଙ୍କ ଓକିଲ ଦି ଗାର୍ଡିଆନଙ୍କ କହିବା ଅନୁଯାୟୀ ବାଂଲାଦେଶର ବାୟୁ ମୋ କ୍ଲାଏଣ୍ଟଙ୍କ ପାଇଁ ଘାତକ ହୋଇପାରେ।

Comments (0)
Add Comment