ଭୁବନେଶ୍ବର:୨୩/୪(ଏସଏସଏନ୍)ଭୂତାଣୁ କୋଭିଡ-୧୯ରେ ସମଗ୍ର ବିଶ୍ୱ ଆକ୍ରାନ୍ତ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଭୂତାଣୁ ଯୋଗୁଁ ବିଶ୍ୱବ୍ରହ୍ମାଣ୍ଡ ଅଚଳ ଅବସ୍ଥାକୁ ଆସିଯାଇଛି। ଭୂତାଣୁ ଭୟରେ ଅଧାରୁ ଅଧିକ ବିଶ୍ୱବାସୀ ଗୃହବନ୍ଦୀ ଅବସ୍ଥାରେ । ଅର୍ଥନୈତିକ କାରବାର ବି ସ୍ଥାଣୁ। ଅନେକ ରାଷ୍ଟ୍ରରେ ଲଗଡାଉନ୍ ଘୋଷଣା କରାଯାଇଛି, ଅର୍ଥାତ ସର୍ବସାଧାରଣ ଚଳପ୍ରଚଳ ନିଷିଦ୍ଧ।ତେବେ ଏହି ମହାମାରୀ ବ୍ଲଡପ୍ରେସର , ଡ୍ରାଇବେଷ୍ଟିସ ଭଳି ରୋଗୀଙ୍କ ପାଇଁ ବେଶୀ ଆଶଙ୍କା ! ତେବେ ଏଭଳି ସ୍ଥିତିରେ ନିଜ ଦାୟିତ୍ବକୁ ଭୁଲିନାହାନ୍ତି ଅଙ୍ଗନବାଡି କର୍ମୀ ସାଗରୀକା ନାୟକ । ଭୁବନେଶ୍ବର ବ୍ଲକ ଅନ୍ତରର୍ଗତ ବାଲିପଡା ଅଙ୍ଗନବାଡୀ କେନ୍ଦ୍ର ୧ ର କାର୍ଯ୍ୟ କରନ୍ତି ସାଗରୀକା ।ନିଜେ ଉଚ୍ଚ ରକ୍ତଚାପ ରୋଗୀ ରେ ଦୀର୍ଘଦିନ ହେବ ପିଡୀତା । ନିଜେ ବିଶ୍ରାମ ନେବା ପରିବର୍ତ୍ତେ ଏହି ମହାମାରୀ କରୋନା କୁ ମୁକାବିଲା ପାଇଁ ଯୋର୍ଦ୍ଧା ସାଜିଛନ୍ତି ସେ । ଏଭଳି ସ୍ଥିତିରେ ଭୁଲିନାହାନ୍ତି ସେ ନିଜର ଦାୟୀତ୍ବ କୁ । ଘର ଘର ବୁଲି ନିଜେ ମାସ୍କ ପିନ୍ଧିବା ସହିତ ସମସ୍ତଂକୁ ମାସ୍କ ପିନ୍ଧିବା ,ବାରମ୍ବାର ହାତଧୁଆ ,୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତଧୁଆର ଶୈଳୀ କୁ ବୁଝାଇବା ସହିତ ସାମାଜିକ ଦୂରତ୍ୱ ବଜାଇରଖିବା ପାଇଁ ଲୋକମାନଙ୍କୁ ସଚେତନ କରୁଛନ୍ତି । ନିଜ ଅଞ୍ଚଳରେ ଥିବା ବୃଦ୍ଧବୃଦ୍ଧା ଓ ବିଧବା,ଭିନ୍ନକ୍ଷମ ମାନଙ୍କୁ ଘରେ ଘରେ ବୁଲି ଭତ୍ତା ବଣ୍ଟନରେ ସାହାଯ୍ୟ କରିବା। ହାତ ଧୋଇବା ନିମନ୍ତେ ବାଲିପଡା ଗ୍ରାମର ସମସ୍ତ ପରିବାରକୁ ସାବୁନ ବଣ୍ଟନ କରିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ୩ରୁ୬ବର୍ଷର ଶିଶୁଙ୍କ ଘରକୁ ଯାଇ ସେମାନଙ୍କର ମାସକର ଗରମ ରନ୍ଧା ବାବଦରେ ଖର୍ଚ୍ଚ ହେଉଥିବା ଚାଉଳ,ଡାଲି, ସୋୟବିନ, ଅଣ୍ଡା, ପନିପରିବା ଓ ତେଲ ଇତ୍ୟାଦି ବଣ୍ଟନ କରିଛନ୍ତି । ଏବଂ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅନ୍ତର୍ଭୂକ୍ତ ଥିବା ଗର୍ଭବତୀ, ପ୍ରସୂତୀ ଓ ୩ରୁ୬ବର୍ଷର ଶିଶୁଙ୍କ ଘରକୁ ଘର ଯାଇ ଛତୁଆ ଓ ଅଣ୍ଡା ବଣ୍ଟନ କରିବା ଓ କରୋନା ନିମନ୍ତେ ଗର୍ଭବତୀ ମାମାନଙ୍କ ଘରକୁ ଯାଇ ସେମାନଙ୍କର ଓଜନ ମାପିବା ସହିତ ଖାଦ୍ୟ ଓ ଵିଶ୍ରାମ ବିଷୟରେ ବୁଝାଇବା ଏବଂ ନିଜ ପରିବାର ରେ ହାତଧୁଆ ବିଷୟରେ ସଚେତନ କରାଉଛନ୍ତି।
ପ୍ରସୂତୀ ମା ମାନଙ୍କ ଘରକୁ ଘର ଯାଇ ସେମାନେ କିଭଳି ମାସ୍କ ବ୍ୟବହାର, ହାତଧୁଆ ସହିତ ପରିଷ୍କାର ପରିଚ୍ଛନ୍ହ ଓ ଶିଶୁଙ୍କୁ କେବଳ ନିଜ କ୍ଷୀର ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଇତ୍ୟାଦି ବୁଝାଇବା ସହିତ RRT Team ରେ ବାଲିପଡା ଗ୍ରାମର ପ୍ରତ୍ୟେକ ଘରକୁ ଘର ବୁଲି ଲୋକମାନଙ୍କର ଥଣ୍ଡା,ଜ୍ଵର, କାଶ ବିଷୟରେ ପଚାରି ବୁଝିବା, ବାହାରୁ କିଏ ଆସିବା କିମ୍ବା ଯିବା ବିଷୟରେ ବୁଝିବା ସହିତ ସେମାନେ କିପରି ସାମାଜିକ ଦୂରତା ନିଜ ନିଜ ଭିତରେ ,ଦୋକାନକୁ ଯିବା ସମୟରେ, କାଶିବା, ଛିଙ୍କିବା ସମୟରେ ମୁହଁରେ ଟିସୁ ପେପର କିମ୍ବା ରୁମାଲଦେଇ ଛିଙ୍କିବା କଥା ବୁଝାଇଥିଲେ।
ଥଣ୍ଡା,ଜ୍ୱର, କାଶ ହେଲେ ପ୍ରଥମେ ବଟିକା ଖାଇବା ଓ ଅତ୍ୟଧିକ ହେଲେ ମୋତେ ଜଣାଇବା ସହିତ ୧୦୪ (ରାଜ୍ୟ ସହାୟତା ) କୁ ଫୋନ କରିବା କଥା ବୁଝାଇଥିଲେ।ଖାଲି ସେତିକି ନୁହେଁ ନିଜର କିଛି ଅର୍ଥରେ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଦେବା ସହ ବୃଦ୍ଧ ବୃଦ୍ଧାମାନଙ୍କ ଅସୁବିଧା ସମୟରେ ଛିଡା ହୁଅନ୍ତି ସାଗରୀକା । ସାଗରୀକା ଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ସମସ୍ତେ ସାବାସ ସାଗରୀକା ବୋଲି କହୁଛନ୍ତି ।