ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ର

ଡେଲାଙ୍ଗ,୧୫/୧ (ଏସଏସନିଉଜ) ପୁରୀ ଆଚଂଳିକ ପରିବହନ ଅଧିକାରୀ ଅନୁକୂଲ୍ୟରେ ୩୧ତମ ଜୟନ୍ତୀ ସଡ଼କ ସୁରକ୍ଷା ସଚେତନତାପାଳିତ ହୋଇଯାଇଛି । ଡେଲାଙ୍ଗ ବ୍ଳକର କଲ୍ୟାଣପୁର ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବିନୋବାସେବା ପ୍ରତିଷ୍ଠାନ ସହାୟତାରେ ଦିବା୧୧ଘଟିକା ସମୟରେ ମହାବିଦ୍ୟାଳୟ ପରିସରରେ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକ ଓ କଲେଜ ଅଧ୍ୟକ୍ଷା ତୃପ୍ତିମୟୀ ପରିଡା ରିବନ କାଟି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ହାତରେ ସଡସୁରକ୍ଷାର ବିଭି୍‌ନ ପ୍ଲାର୍କଡ ଓ ବ୍ୟାନର ଧରି କଣାସ ଡେଲାଙ୍ଗ ରାସ୍ତାରେ ପ୍ରାୟ ୨କି.ମି ପର୍ଯ୍ୟନ୍ତ କଲେଜ ଛକରୁ ବାହାରି କଲ୍ୟାଣପୁର ବଜାର ବଜାର ପରିକ୍ରମା କାରିବା ସହିତ ତ୍ରିଲୋଚନପୁର ଛକ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସ୍ଲେଗାନ ଦେଇ ଶୋଭାଯାତ୍ରାରେ ଯାଇଥିଲେ । ରାସ୍ତାରେ ଯାତାୟତ କରୁଥିବା ବାଇକ ଚାଳକ ମାନଙ୍କୁ ଅଟକାଇ ହେଲମେଟ ପିନ୍ଧିବା,ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନହେବା,ରାସ୍ତାର ବାମ ପାଶ୍ୱର୍ରେ ଗାଡି ଚଳାଇବା ଏବଂ ଦ୍ରୁର୍ତ ବେଗରେ ଗାଡି ଚାଳନା ନକରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ କୈଳାସ ଚନ୍ଦ୍ର ଦାସ,ନିରୋଦ କୁମାର ସାମନ୍ତରାୟ,କୈଳାସ ଚନ୍ଦ୍ର ସାହୁ ,ଦିଲ୍ଲିପ କୁମାର ରଥ,ଲୋକନାଥ ମିଶ୍ର,ଅଧ୍ୟାପିକା ବିଷ୍ଣୁପ୍ରିୟା ଦେଇ ,ଉତ୍ତମ କୁମାର ସ୍ୱାଇଁ,ସମ୍ପଦ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ନନ୍ଦ,ରମେଶ ଚନ୍ଦ୍ର ସୁବୁଧି,ରମେଶ ପରିଡା,ପ୍ରକାଶ ଚନ୍ଦ୍ର ପ୍ରଧାନ,ବେଦଦତ ମହାରଣା, ପ୍ରଣୟ ପ୍ରଧାନ,କାର୍ତିକଶ୍ୱେର ପାଟଶାଣୀ ଓ ଗଙ୍ଗାଧର ପ୍ରଧାନ ସମେତ ଥାନା ଏସ୍‌.ଆଇ ଉପେନ୍ଦ୍ରନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ବିନୋବାସେବା ପ୍ରତିଷ୍ଠାନର ସଂଯୋଜକ ପ୍ରସାନ୍ତ ବେହେରା ସୂଚନା ଦେଇଛନ୍ତି ।

Comments (0)
Add Comment