ସମାଧିପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯/୧୦(ଏସ ଏସ ନିୟୁଜ )ସତ୍ୟବାଦୀ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି, ସମାଧିପୀଠ, ଶେଷ ନିସ୍ବାଶ ତ୍ୟାଗ ସ୍ଥଳ, ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଙ୍କ ଷଠିଘରେ ମାଲ୍ୟାର୍ପଣ କରାଯାଇଛି। କରୋନା ପାଇଁ ଜୟନ୍ତୀ ଉସ୍ଛବ ର କାର୍ୟ୍ୟକ୍ରମ ବାତିଲ କରି କେବଳ ଶ୍ରଦ୍ଧାଞ୍ଜଳି ଅର୍ପଣ ରେ ସୀମିତ ରହିଛି। ବିଜେଡି ପକ୍ଷରୁ ମାକ୍ସ ବଣ୍ଟନ କରାଯାଇଛି।

ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ପୂଜ୍ୟପୁଜା ସସଂଦର କୃଷ୍ଣ ଜଗଦେଵ, ମନ୍ଦିର କାର୍ଯ୍ୟନିର୍ବାହୀ ବିନୋଦ କୁମାର ସ୍ବାଇଁ, ବିଭିନ୍ନ ରାଜନୈତିକ ଦଳ ଓ ସ୍ଵେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିଭଳିଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମାଧିପୀଠ ଓ ଷଠିଘରେ ପୁଷ୍ପମାଲ୍ୟା ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ଜିଲ୍ଲାପାଳ ଵଲବନ୍ତ ସିଂହ ସୁଆଣ୍ଡୋ ରେ ମଲ୍ୟାର୍ପଣ କରିଛନ୍ତି। (ସାକ୍ଷୀଗୋପାଲରୁ କାଳୀପ୍ରସାଦ ମହାପାତ୍ରଙ୍କ ରିପୋର୍ଟ)

Comments (0)
Add Comment