ସାମ୍ବାଦିକଙ୍କ ପରିବାରକୁ ଧମକ,ଫାଣ୍ଡିରେ ଅଭିଯୋଗ

ଚନ୍ଦକା,୨୩/୧୧(ଏସଏସନିୟୁଜ)ଯାଁଳା ଫାଣ୍ଡିଅଧିନସ୍ଥ କାଇମାଟିଆ ଗ୍ରାମର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ଉପରେ ରବିବାରରାତିରେ ଆକ୍ରମଣ ଉଦ୍ୟମ ସହ ଧମକ ଦିଆଯାଇଥିବାର ବସନ୍ତମଞରୀବାରିକ ନାମ୍ନୀ ମହିଳା ଫାଣ୍ଡିରେ ସୋମବାର ଦିନ ଅଭିଯୋଗ କରିଛନ୍ତି ।ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ,ରବିବାର ରାତିରେ କାଇମାଟିଆ ଗ୍ରାମର ଜଣେ ଯୁବକ ତାର ୮ଜଣ ସହଯୋଗୀ ଙ୍କ ସହ ଆସି ଘର କବାଟ ଭାଙ୍ଗି ଘରକୁ ଧସେଇ ପଶି ସଦସ୍ୟମାନଙ୍କୁ ଖରାପ ବ୍ୟବହାର ଦେବା ସହ ଆସବାସପତ୍ର ଭାଙ୍ଗି ଦେଇଥିଲେ । ପୁଅ ଚିତ୍ରସେନ ସାମ୍ବାଦିକତା କରୁଥିବା ବେଳେ ଜମିମାଫିଆ,ଦୁନିର୍ତିଖୋର ଲୋକଙ୍କ ସହ ଅସମାଜିକ ଲୋକଙ୍କ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଥାନ୍ତି । ଏଥିରେ ବିତୃଷ୍ନା ହୋଇ ଏହି ଯୁବକମାନେ ପୁଅକୁ ଏହିଭଳି କାମ ନକରିବାକୁ ଚେତାବନୀ ମଧ୍ୟ ଦେଇ ଥିବାର ତାଙ୍କ ମାଆ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଅଭିଯୋଗକୁ ଗ୍ରହଣ କରିଛିି ।ଘଟଣା ପରେ ଏହି ପରିବାର ଭୟଭୀତ ହୋଇରହିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।ଏହି ଘଟଣାକୁ ଓଡିଶା ମିଡିଆ ୱେଲଫେୟାର ଆସୋସିଏସନ ସହ ସହବନ୍ଧିତ ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି ।

 

Comments (0)
Add Comment