ସଂକ୍ଷେପରେ ଆଜି ସକାଳର ଖବର

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୦୭/୦୭/୨୦,ମଙ୍ଗଳବାର
୧-ବିଜେଡିର ବରିଷ୍ଠ ନେତା , ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ।
୨-ମହାମାରୀ ପାଇଁ ୩ ମନ୍ତ୍ର: କରୋନା ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ତ୍ୟାଗ, ସଂଯମ ଓ ଶୃଙ୍ଖଳା ଦ୍ୱାରା ଆମେ ସଂକ୍ରମଣଠୁ ଜିତି ପାରିବା ।
୩-ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
୪-ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
୫-ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ।
୬-କାନପୁର ଏନ୍‌କାଉଣ୍ଟର୍: ତିନି ପୁଲିସ ନିଲମ୍ବିତ, ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଉପରେ ପୁରସ୍କାର ରାଶି ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ।
୭-ଲଦାଖ ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ ସେନା । ୧ କିଲୋମିଟରରୁ ୨ କିଲୋମିଟର ପର୍ଯ୍ୟନ୍ତ  ପଛକୁ ହଟିଥିବା ନେଇ ସୂଚନା ।
୮-ରାଜ୍ୟରେ ସୋମବାର ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଛି।୨୬୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି
୯-ମାରାତ୍ମକ ଭାଇରସର ଉତ୍ପତ୍ତି ସ୍ଥଳ ପାଲଟିଛି ଚୀନ୍ । ଆସୁଛି ଗୋଟିଏ ପରେ ଗୋଟିଏ ପ୍ରାଣଘାତୀ ଭାଇରସ, କରୋନା, ହନ୍ତା ପରେ ଏବେ ବ୍ୟୁବୋନିକ ପ୍ଲେଗ ।
୧୦-ଏମଏସଏମଇ କ୍ଷେତ୍ରକୁ COVID ସହାୟତା ଲାଗି ହାତ ବଢେଇଲେ ବିଶ୍ୱବ୍ୟାଙ୍କ, ୭୫୦ ମିଲିୟନ ଡଲାରର ରାଜିନାମା।
୧୧-ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଫାଇନାଲ୍ ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ଦେଇଛି।
୧୨-ଆଧାର ସହ ପାନ୍ ସଂଯୋଗ କରାଇବାର ଶେଷ ତାରିଖକୁ ସରକାର ସୋମବାର ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ଯାଏ ବଢ଼ାଇଛନ୍ତି।

Comments (0)
Add Comment