ସଂକ୍ଷେପରେ ଖବର ଆଜି ସକାଳର

ସଂକ୍ଷେପରେ ଖବର ଆଜି ସକାଳର, ତାରିଖ  ୧୯/୦୭/୨୦,ରବିବାର

୧-ରାଜସ୍ଥାନ ରାଜନୀତି : ୧୦୨ ବିଧାୟକଙ୍କ ସମର୍ଥନ ତାଲିକା ନେଇ ରାଜ୍ୟପାଳଙ୍କୁ ଭେଟିଲେ  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ।

୨-ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର: ହଟସ୍ପଟ ଜିଲ୍ଲାରୁ ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

୩-ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

୪-ଅଷ୍ଟ୍ରେଲିଆ  ବିଶ୍ୱବିଦ୍ୟାଳୟ ବାହାର କଲା ନୂଆ କରୋନା ପରୀକ୍ଷା ପଦ୍ଧତି, ମାତ୍ର ୨୦ ମିନିଟରେ ରିପୋର୍ଟ ଆସିବ ।

୫-ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି।୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୧ ହଜାର ୯୩୮କୁ ବୃଦ୍ଧି।

୬-ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ଆକାଉଣ୍ଟଗୁଡିକର ବିବରଣୀ ଟ୍ୱିଟରକୁ ମାଗିଲେ ଭାରତ ସରକାର।

୭-ଭାରତରେ କରୋନା ସଂକ୍ରମଣ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ସ୍ଥରରେ ପହଂଚିଛି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି।

୮-ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପ୍‌କାର୍ଟ ସହ ଚୁକ୍ତି କଲେ ରାଜ୍ୟ ସରକାର ।

୯-ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସାନି ପଦକ୍ଷେପମାନ ନେବାକୁ ଏହିସବୁ ରାଜ୍ୟକୁ କହିଛି।

୧୦-ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକ ଶେଷ, ଭୂମି ପୂଜା ଲାଗି ନିଷ୍ପତ୍ତି ନେବେ PMO।

୧୧-ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି ୯୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

Comments (0)
Add Comment