ସାପର ହେଲା ଅପରେସନ

ଭୁବନେଶ୍ୱର,୬/୧୨-ରସୁଲଗଡର ଭଗବତସନ୍ଧାନ ପାଖରେ ଥିବା କାଠ ଦୋକାନରୁ ଉଦ୍ଧାର ହୋଇଥିବା ଏକ ନାଗସାପର ହେଲା ଅପରେସନ । ଅପରେସନ କରାଯାଇ ତାର ପେଟ ପାଖରେ ଥିବା ଷ୍ଟୋନକୁ ବାହର କରାଯାଇଥିଲା । ଏବେ ସାପଟି ପୁର୍ଣରୁପେ ସୁସ୍ଥ ହେଲେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ବସନ୍ତ କୁମାର ଦାସ କହିଛନ୍ତି ।
ଖବରପାଇଁ କାଠଦେକାନ ପାଖରେ ପହଁଚିଥିଲେ ବସନ୍ତକୁମାରଦାସ । କାଳବିଲମ୍ଭ ନକରି ଦୋକାନ ଆଗରେ ଥିବା ଏକ ଅଣ୍ଡିରା ୫ବର୍ଷବୟସର ପାଖାପାଖି ୫ଫୁଟ ଲମ୍ବର ନାଗସାପଟକୁ ଧରି ମୁଣାରେ ପୁରାଇ ସାଙ୍ଗରେ ନେଇ ଆସିଥିଲେ । ଘରେ ପହଁଚି ସାପଟିକୁ କିଛି ସମୟପାଇଁ ବୁଲିବା ପାଇଁ ଛାଡିବାପରେ ସାପଟି ଠିକଭାବେ ବିଚରଣ କରିପାରିନଥିଲା । ସାପଟିକୁ ଧରି ତାର ପେଟପାଖରେ ଫୁଲିଥିବାର ଜାଣିବାକୁ ପାଇଥିଲେ । ସାପଟିର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ଓୟୁଏଟିକୁ ନେଇଯାଇଥିଲେ । ସେଠାରେ ପ୍ରଫେସର ଡ.ଇନ୍ଦ୍ରମଣିନାଥଙ୍କ ନେତୃତ୍ୱରେ ଡାକ୍ତରମାନେ ଏକ୍ସରେ କରି ଷ୍ଟୋନ୍ ହୋଇଥିବାର ଜାଣି ଅପରେସନ କରିଥିଲେ । ପାଖରେ ରଖି ଅସୁସ୍ଥ ସାପଟିର ଜନ୍ତନେବା ସହ ସୁସ୍ଥ ହେଲେ ଚନ୍ଦକା ଜଙ୍ଗଲରେ ଛାଡିବାକୁ ବସନ୍ତ ମନସ୍ଥ କରିଥିବାର ଜଣାପଡିଛି ।

Comments (0)
Add Comment