ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକସ୍ ବ

ଡେଲାଙ୍ଗ,୨୬/୧୨(ଏସ୍ଏସ୍ ନିଉଜ)ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମଉନିମଠ ବଜାର ନିକଟସ୍ଥ ମାଣଚିନା ସ୍ଥିତ ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାରଦିନ ବାର୍ଷିକଉସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ନ ତାଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ବରିଷ୍ଠ ଶିିକ୍ଷକ ଗୋପାଳଚନ୍ଦ୍ର ମିଶ୍ର,ମୁଖ୍ୟବକ୍ତାଭାବରେ ବ୍ଲକସଂଯୋଜକ ଦାମୋଦର ମୁଦୁଲି, ସମ୍ମାନତ ଅତିଥିଭାବରେ ବରିଷ୍ଠସାମ୍ବାଦିକ ପ୍ରଶନ୍ନତ୍ରିପାଠୀ, ବୀରପୁରୋଷତମପୁର ଆଂଚଳିକ ସାଧନାକେନ୍ଦ୍ର ସଂଯୋଜକ କୁନାଲ ବେହେରା,ଶିଶୁ ସାହିତ୍ୟିକ ଦେବଦତ ସାହୁ,ପ୍ରମୁଖ ଯୋଗଦେଇ ଅଭିଭାବକମାନେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ସହିତ ସୁସର୍ମ୍ପକ ରଖିଲେ ଶିକ୍ଷାକେନ୍ଦ୍ର ସହିତ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନରେ ଉନ୍ନତି ଘଟିବ ବୋଲି କରିଥିଲେ ।ଏହିଅବସରରେ କ୍ରିଡାକ୍ଷେତ୍ରରେ କୃତି ପିଲାମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।ରଶ୍ମିତା ଛାଟୋଇ,ଉଷାରାଣି ମହାପାତ୍ର,ନାମିତ ସାହୁ,ରୋଜାଲିନ ବରାଳ,ବାସନ୍ତି ମଞରୀ ଶତପଥି,ବିଶ୍ୱରଞନଜେନା,ସଙ୍ଗମିତ୍ରା ରାଉତପ୍ରମୁଖ ସହଯୋଗ କରିଥିବାବେଳେଶିକ୍ଷକ ପ୍ରତାପକୁମାର ଜେନା ମଂଚ ପରିଚାଳନା କରିଥିଲେ ।ସନ୍ଧ୍ୟାରେ ପିଲାମାନଙ୍କାଦ୍ୱାରା ଅୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା ।

Comments (0)
Add Comment