ସରପଂଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା

ଭୁବନେଶ୍ୱର,୧୯/୪(ଏସ୍‌ଏସ୍‌ନିୟୁଜ) କରୋନା ମୁକାବିଲାପାଇଁ ରାଜ୍ୟସରକାର ଗୁରୁତ୍ୱପୁର୍ଣ ନିଷ୍ପତି ନେଇଛନ୍ତି ।ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତାପ୍ରଦାନ କରି ଯୁଗାନ୍ତକାରୀ ପଦକ୍ଷପ ଗ୍ରହଣକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ରାଜ୍ୟ ଓ ରାଜ୍ୟବାହାରେ ଥିବା ପ୍ରବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓବାର୍ତା ମାଧ୍ୟମରେ କହିଛନ୍ତି ଯେ, ରାଜ୍ୟବାହାରୁ ଆସିଲେ ପଞିକରଣ କରିବା ସହ ୧୪ଦିନ କ୍ୱାରେଟାଇନରେ ରହିବାକୁ ପଡିବ ଓ ରହିବା,ଖାଇବା,ଚିକିସ୍‌। ଖର୍ଚ୍ଚ ରାଜ୍ୟସରକାର ବହନ କରିବେ । ଏହି ସମୟ ସରିବାପରେ ସେମାନଙ୍କୁ ୨ହଜାରେ ଟଙ୍କା ଇନସେଟିଭ ମିଳିବ ବୋଲି କହିଛନ୍ତି ।ଅନ୍ୟରାଜ୍ୟରେ ଆମ ରାଜ୍ୟର ୧ଲକ୍ଷରୁ ଅଧିକ ଲୋକ ରହିଛନ୍ତି ।ଯେତେବେଳେ କଟକଣା ଉଠିବ ଆମେ କେନ୍ଦ୍ରସରକାର ଓ ରାଜ୍ୟମାନଙ୍କ ସହ ଲୋଚନା କରି ଆମ ଲୋକମାନଙ୍କୁ ସୁବିଧାରେ ଫେରାଇଆଣିବାକୁ ବ୍ୟବସ୍ଥା କରିବୁ ।ସେଥିପାଇଁ କମ୍ୟୁନିଟିର ସହଯୋଗ ଦରକାର ।ଅନ୍ୟରାଜ୍ୟରୁ ପେରୁଥିବା ଲୋକଙ୍କପାଇଁ ରେଜଷ୍ଟେ୍ସନ ମାଣ୍ଡୋଟୋରୀ କରାଯାଇଛି ।ସୋମାନଙ୍କୁ ପଂଚାୟତରେ  ରେଜଷ୍ଟେ୍ସନ କରି କ୍ୱାରେଟାଇନରେ ରହିବେ । ପଂଚାୟତ ଓ ଅର୍ବାନ ଲୋକାଲ ବଡିମାନଙ୍କ ସଶକ୍ତିକରଣ ହେଲେ ଏହି ସମୟରେ କରୋନାର ମୁକାବିଲା କରିପାରିବା ସହ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ସେବା ଗୋଇଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments (0)
Add Comment