ସତ୍ୟବାଦୀରୁ ୩୩ ଜଣଙ୍କର ରକ୍ତନମୁନା ପରୀକ୍ଷା ପାଇଁ ପଠାଗଲା

ଭୁବନେଶ୍ୱର,୪/୪(ଏସ୍‌ଏସ୍‌ନିୟୁଜ୍‌)ପୁରୀଜିଲ୍ଲା ପିପିଲି ଅଂଚଳର କରୋନା ସଂକ୍ରାମିତଙ୍କ ସହିତ ସର୍ମ୍ଫକରେ ରହିଥିବା ସନ୍ଦେହ କରି ସତ୍ୟବାଦୀଥାନା ଅର୍ନ୍ତଗତ ଅହମ୍ମଦପୁର ବସ୍ତୀର ୩୩ଜଣଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ଶନିବାରଦିନ ଭୁବନେଶ୍ୱର ପଠାଯାଇଛି । ସାକ୍ଷୀଗୋପାଳ ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଏହି ନମୁନା ସଂଗ୍ରହ କରାଯାଇଥିଲା ।ତହସିଲାଦାର କସ୍ତୁରିପ୍ରଧାନ,ବିଡିଓ ସରୋଜ କୁମାର ଦତ,ଆଇଆଇସି ଦେବୀପ୍ରସାଦପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।ଯେଉଁମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି ସେମାନଙ୍କୁ ସଂଘଗୃହର ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସତ୍ୟବାଦୀ ଥାନା ସଲଗ୍ନ ଅଂଚଳଗୁଡିକରେ ପେଟ୍ରୋଲିଂ ଯୋରଦାର କରାଯାଇଛି । ଲୋକମାନେ ଘରେ ରୁହନ୍ତୁ ,ସାମାଜିକ ଦୁରତା ରକ୍ଷା କରିବା ଓ ନିଜ ହାତ ସାବୁନରେ ଧୁଅନ୍ତୁ ବୋଲି ପୋଲିସ ପ୍ରଶାସନ ତରଫରୁ କୁହାଯାଇଛି । ଏହି ଘଟଣାକୁ ନେଇ ଜନସାଧାରଣ ଭୟଭିତ ନହେବାକୁ ପ୍ରଶାସନ ପକ୍ଷରୁ ବିଡିଓ ଦତ ଅନୁରୋଧ କରିଛନ୍ତି ।

Comments (0)
Add Comment