ସେଲଫି ନେବା ହେଲା କାଳ

ପାରଳାଖେମୁଣ୍ଡି ,୧୬/୧୨(ଏସଏସନିୟୁଜ)ମହାମାରୀ କରୋନା ଯୋଗୁ ଏବେ ଟ୍ରେନ୍ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ସେଥିପାଇଁ ଟ୍ରେନ୍ ଗୁଡ଼ିକ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି। ପାରଳାଖେମୁଣ୍ଡି ଷ୍ଟେସନ୍‌ରେ ଛିଡ଼ା ହୋଇଥିବା ଏକ ଟ୍ରେନ୍ ଉପରେ ଜଣେ ଛାତ୍ର ଚଢ଼ି ସେଲ୍‌ଫି ଉଠାଉଥିଲେ। ଏହି ସମୟରେ ଟ୍ରେନ୍ ଉପରେ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଛାତ୍ର ସିଏଚ.ସୁରୀୟା କୁମାର  ଆସିଥିଲେ। ଫଳରେ ଜଳି ଯାଇଥିଲେ। ପରେ ନିଆଁ ଟ୍ରେନ୍‌ରେ ଲାଗି ଯାଇଛି। ଟ୍ରେନ୍‌ର ଗୋଟିଏ ବଗି ଜଳି ଯାଇଛି। ରେଳଧାରଣାରେ ଠିଆ ହୋଇଥିବା କୋଭିଡ ସ୍ବତନ୍ତ୍ର ଟ୍ରେନ ଉପରେ ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଛି। ପରେ ପାରଳାଖେମୁଣ୍ଡି ଅଗ୍ନିଶମ ବାହୀନି ପହଞ୍ଚି ନିଆଁ ଲିଭାଇବା ଚେଷ୍ଟା ଜାରୀ ରଖିଛି। ମୃତ ସୁରୀୟା ନବମ ଶ୍ରେଣୀର ଛାତ୍ର ଥିଲେ।

Comments (0)
Add Comment