ସେସୁ କାର୍ଯ୍ୟାଳୟକୁ ଘେରିଲେ ବିଦ୍ୟୁତ ଉପଭୋକ୍ତା

ଭୁୁବନେଶ୍ୱର,୯/୧(ଏସଏସନିଉଜ) ଏସୟୁସିଆଇ (କମ୍ୟୁନିଷ୍ଟ) ଉଦ୍ୟମରେ ଡେଲାଙ୍ଗବ୍ଲକର ଶତାଧିକ ବିଦ୍ୟୁତ ଉପଭୋକ୍ତାମାନେ ଡେଲାଙ୍ଗ ହାଟସ୍ଥ ସେସୁର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗୁରୁବାରଦିନ ଘେରାଉ କରିଥିଲେ ।ଏହାପୁର୍ବରୁ ଏକ ବିରାଟ ପଟୁଆରରେ ଉପଭୋକ୍ତାମାନେ ସେସୁର ଘରୋଇକରଣ ବନ୍ଦ କର ଓ ବିଦ୍ୟୁତଶୁକ୍ଳ ପ୍ରତ୍ୟାହାର କର ଆଦି ସ୍ଲୋଗାନମାନ ଦେଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ।ସେଠାରେ ଏସୟୁସିଆଇ(କମ୍ୟୁନିଷ୍ଟ)ର ଡେଲାଙ୍ଗ ଅଂଚଳିକ କମିଟିର ସମ୍ପାଦକ ଦିନବନ୍ଧୁପରିଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଓ ରାଜ୍ୟ ସମ୍ପାଦକମଣ୍ଡଳୀର ସଦସ୍ୟ ରଘୁନାଥଦାସ , ଗଙ୍ଗାଧରପ୍ରଧାନ,ବଟକୃଷ୍ନସ୍ୱାଇଁ ପ୍ରମୁଖ ଯୋଗଦାନ କରି ଯେଉଁ ବିଦ୍ୟୁତଦେୟ ଶକ୍ତିବିଭାଗ ଆଦାୟ କରିବା କଥା ସେହି ଦେୟକୁ ଯୋରଜୁଲମ କରି ଆଦାୟ କରୁଛି କମ୍ପାନୀ । ବିଦ୍ୟୁତସଂଯୋଗ ବିଛିନ୍ନକରିବା,ମନଇଛା ଫାଇନ ପକାଇବା,କମ୍ପ୍ୟୁଟର ବିଲିଂରେ ଭୁଲ ହିସାବ କରିବାରୁ ଉପଭୋକ୍ତାମାନେ ନାହିନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଚାଷ କ୍ଷେତ୍ରରେ ବ୍ୟବହୃତ ମଟର ଉପରେ ସରକାରଙ୍କ ଅମଳରେ ୟୁନିଟ ପିଛା ଯେତିକି ଦେୟ ଥିଲା ତାର ୧୦ଗୁଣାରୁ ଅଧିକ ବଢାଇବା ଦ୍ୱାରା ଚାଷୀମାନେ ବିଦ୍ୟୁତଚାଳିତ ମଟର ବ୍ୟବହାର କରିପାରୁନାହନ୍ତି ।ବିଦ୍ୟୁତ ଆୟୋଗ ଓ ନିୟାମକ ବୋର୍ଡ ସରକାର ଗଠନ କରିଥିଲେ ସୁଦ୍ଧା ବୋର୍ଡର ପରାମର୍ଶକୁ କମ୍ପାନୀ ଖାତିରିନକରି ବିଦ୍ୟୁତ ଶୁକ୍ଳ ବୃଦ୍ଦି କରିଚାଲିଛି ।ସେସୁ ବିନିଯୋଗ କରିଥିବା ପୁଞିର ୫୧ଶଂତାଶ ଟାଟାକମ୍ପାନୀକୁ ବିକ୍ରି କରାଯିବ ।ଯାହାଫଳରେ ଉପପଭୋକ୍ତାମାନେ ଆହୁରି ହଇରାଣ ହେବେ । ଚଳିତମାସ ୧୫ତାରିଖ ସୁଦ୍ଧା ବକେୟା ଅର୍ଥ ପୈଠ ନକଲେ ବିଦ୍ୟୁତ ସଂଯୋଗ ବଛିିନ୍ନ କରାଯିବ ବୋଲି ନୋଟିସ ଦିଆଯାଇଛି ।ସରକାରଙ୍କର ଅମଳରେ କମ୍ପାନୀ କାହିଁକି ବିଦ୍ୟୁତ ଶୁକ୍ଳ ଆଦାୟ କରିବ ଓ ଏହା ପଛରେ କଣ ରହିଛି କମିଶନ ବୋଲି ଅଭିଯୋଗ କରିଥିଲେ ।ଏଥିପ୍ରତି ସରକାର ଯନ୍ତବାନ ନହେଲେ ଆନ୍ଦୋଳନକୁ ଯୋରଦାର କରିବୁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଏହାପରେ ବିଦ୍ୟୁତବିଭାଗର ଘରୋଇକରଣ ସମ୍ପୁର୍ଣବନ୍ଦକରି ପୁର୍ବଭଳି ସରକାର ଏହି ବିଭାଗର ଦାୟିତ୍ୱ ସରକାର ନିଜ ହାତକୁ ନିଅନ୍ତୁ ।ଟାଟା କମ୍ପାନୀ ସହ ସେସୁର ହୋଇଥିବା ବୁଝାମଣାପତ୍ର ରଦ୍ଦ କରାଯାଉ ।ଓଏସଇବି ସମୟରେ ଥିବା ବିଦ୍ୟୁତ ଉପଭୋକ୍ତାମାନଙ୍କର ସମସ୍ତ ବକେୟା ଦେୟସମ୍ପୁର୍ଣ ଛାଡ କରାଯାଉ ।ନଚେତ ସର୍ବନୁମ୍ନ ଦୁଇମାସର ବିଲ ଉଠୁଥିବା ଦେୟ ଅନୁଯାୟୀ ପୁର୍ବର ବକେୟା ଦେୟ ପୁନର୍ବାର ଧାର୍ଯ୍ୟ କରି କିସ୍ତୀ ଅନୁଯାୟୀ ନିଆଯାଉ ।ଚାଇନାରୁ ଆସୁଥିବା ଶସ୍ତା ଓ ଅକାର୍ଯ୍ୟକାରୀ ମିଟର ପରିବର୍ତେ ଲାବୋଟେରୀରେ ପରୀକ୍ଷାକରି ପ୍ରତ୍ୟେକ ଘରେ ମିଟର ବସାଯାଉ ।ପ୍ରତି ପଂଚାୟତରେ ଫ୍ୟୁଜକଲ ସେଂଟର ରଖି ଯେଥେଷ୍ଟ ପୁର୍ବରୁ ନିଦ୍ଧିଷ୍ଟ ତାରିଖ ଓ ବାର ଘୋଷଣା କରି ବିଦ୍ୟୁତଶୁକ୍ଲ ଆଦାୟ କରାଯାଉ ଆଦି ୫ଦଫା ସମ୍ଭଳିତ ଦାବୀପତ୍ରକୁ ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ନେତା କମ୍ରେଡ ଗଙ୍ଗାଧରପ୍ରଧାନ,ବଟକୃଷ୍ନସ୍ୱାଇଁ କନିଷ୍ଠଯନ୍ତ୍ରୀସଞୟକୁମାରଜେନା ଙ୍କୁ ପ୍ରଦାନ କରିଥିଲେ ।

Comments (0)
Add Comment