ଶିକ୍ଷକ ବିଦ୍ୟାଧର ପଣ୍ଡାଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ଶିକ୍ଷକ ସ୍ୱର୍ଗତ ବିଦ୍ୟାଧର ପଣ୍ଡାଙ୍କ ସ୍ମୃତିଚାରଣ ସଭା ଆଳିଶ ଗ୍ରାମ ସ୍ଥିତ ନିଜ ବାସଭବନ ଠାରେ ଅନିଷ୍ଠିତ ହୋଇଯାଇଛି ।  ଦୀର୍ଘଦୀନ ଧରି ପ୍ରହରାଜ ପୁର ସ୍ଥିତ ବାନାମ୍ବର ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ଓ ବ୍ରାହ୍ମଣ ତରବୋଇ ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ । ଶିକ୍ଷକତା ସହିତ ସେ ଜଣେ ସ୍ଥାନୀୟ ଅଂଚଳର ହୋମପାତିକ ଚିକିତ୍ସକ ଭାବେ ଗୌରବ ଅର୍ଜନ କରିଥିବା ଶିକ୍ଷାବିତ୍ ଡମ୍ବରୁଧର ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଏବିଇଓ ରବିନାରାୟଣ ମହାପାତ୍ର,ଯୁଧିଷ୍ଟିର ପରିଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୂବନେଶ୍ୱର ସ୍ୱାଇଁ,ଶିକ୍ଷକ ରାଜକିଶୋର ପ୍ରଧାନ, ନକୁଳ ପରିଡା,ଲିଙ୍ଗରାଜ ସାହୁ,ରବିନ୍ଦ୍ର ସାହୁ,ରମେଶ ପ୍ରଧାନ,ଫକିର ଚନ୍ଦ୍ର ଦାସ,ସାମାଜିକ କର୍ମି ଗୋବିନ୍ଦ ପ୍ରଧାନ,ପ୍ରଫୁଲ୍ଲ ରଥ,ପ୍ରମୁଖ ଯୋଗଦେଇ ଅମର ଅତ୍ମାର ସଦଗତି କାମନା କରିବା ସହିତ ବ୍ୟବହାର ,ଶୃଙ୍ଖଳିତ,ଆଦର୍ଶ ଓ ଶିକ୍ଷାଦାନ ସମ୍ପର୍କରେ ଅଲୋକପାତ କରିଥିଲେ । ଶିକ୍ଷକ ଅଭୟଚରଣ ସାହୁ ଓ ପୁଷ୍ପିତା ପଣ୍ଡା ମଂଚଞ୍ଚ ପରିଚାଳନା କରିବା ସହିତ ସଭା ସଂଯୋଜନା କରିଥିଲେ ।

Comments (0)
Add Comment