ଶିଶୁମନ୍ଦିରର ବାର୍ଷିକଉତ୍ସବ

ଡ଼େଲାଙ୍ଗ,୨୧/୧୨ (ଏସଏସନିଊଜ)ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ପଟ୍ଟନାକିଆ-ଡେଲାଙ୍ଗପିଡିକେ ରାସ୍ତା ସଂଲଗ୍ନ ସରସ୍ଵତୀ ଶିଶୁମନ୍ଦିର ପରିସରରେ ଶନିବାରଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତହୋଇଯାଇଛି. ।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ବସନ୍ତ କୁମାର ଦାଶଙ୍କସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୁରୀ ଗୁରୁକୁଳ ଆଶ୍ରମର ସ୍ଵାମୀ ସମର୍ପଣାନନ୍ଦ ଗିରି, ପୁରୀ ଶିକ୍ଷାବିକାଶ ସମିତି ବିଭାଗ ଅକ୍ଷୟ କୁମାର ଜେନା, ସମ୍ପାଦକ ସୁଶାନ୍ତ କୁମାର ବିଶ୍ଵାଳ, ପ୍ରଧାନଆଚାର୍ଯ୍ୟ ନବ କିଶୋର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।ଏହି ଅବସରରେ ଆଚାର‌୍ୟ୍ୟ ସର୍ବେଶ୍ଵରବାରିକ ଅତିଥି ପରିଚୟ ପ୍ରଦାନ କରୁଥିବାବେଳେ ପ୍ରଧାନଆଚାର‌୍ୟ୍ୟ ବିଦ୍ୟାଳୟର ବାର୍ଷିକବିବରଣୀ ପାଠକରିଥିଲେ. ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

Comments (0)
Add Comment