ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତିରେ ହେବ ଗଣେଶ ପୂଜା

ଭୁବନେଶ୍ୱର୨୦/୮ (ଏସଏସ ନିୟୁଜ ) କମିଶନରେଟ୍ ପୋଲିସ ପକ୍ଷରୁ ଚଳିତବର୍ଷ ଟ୍ୱିନ୍ ସିଟିରେ ମହାମାରୀ କାରୋନା ଯୋଗୁ ଗଣେଶ ପୂଜା ନ କରିବାକୁ ନିଷ୍ପତ୍ତି ନେଇଥିଲେ ।କମିଶନରେଟ୍ ପୋଲିସର ଏହି ନିଷ୍ପତିକୁ ନେଇ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ବିରୁଦ୍ଧରେ କଟକ ବୁଢ଼ା ଗଣେଶ ପୂଜା କମିଟି ସଭାପତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରାଯାଇ ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା କରିବା ଲାଗି ଅନୁମତି ଦେବାକୁ ସେ ଅପିଲ୍ କରାଯାଇଥିଲା।ଗଣେଶ ପୂଜା ଲାଗି ଅନୁମତି ପାଇବାକୁ ଆବେଦନକାରୀ ସ୍ଥାନୀୟ ଅଧିକାରୀଙ୍କ ପାଖକୁ ଯିବା ସହ ଗଣେଶ ପୂଜା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ ବୋଲି ଗୁରୁବାର ହାଇକୋର୍ଟ ଏ ନେଇ ରାୟ ପ୍ରକାଶ କରିଛନ୍ତି।

Comments (0)
Add Comment