ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ବିତାନ୍ତି ମହିଳା, କାରଣ ଜାଣିଲେ …

ଭୁବନେଶ୍ବର,୧୬/୧(ସତ୍ୟସନ୍ଧାନ ଡେସ୍କ)ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା ସମୁଦାୟଙ୍କ ପରମ୍ପରା। ଏହି ସମୁଦାୟର ମହିଳାମାନେ ସ୍ବାମୀ ଜୀବିତ ଥିବା ସତ୍ତ୍ୱେ କିଛି ମାସ ପାଇଁ ବିଧବା ମହିଳାଙ୍କ ଭଳି ଜୀବନଯାପନ କରିଥାନ୍ତି। ଦୀର୍ଘଦିନରୁ ଏହା ଚାଲି ଆସୁଛି। ତେବେ ସ୍ବାମୀଙ୍କ ଦୀର୍ଘ ଜୀବନ ଓ ସୁରକ୍ଷା ପାଇଁ ମହିଳାମାନେ ଏଭଳି କରୁଥିବା କୁହାଯାଏ।
ଉତ୍ତରପ୍ରଦେଶର ଦେବରିଆ, ଗୋରଖପୁର ଏବଂ କୁଶୀନଗର ଜିଲାରେ ଏହି ସମୁଦାୟର ଲୋକ ବାସ କରନ୍ତି। ଖଜୁରୀ ଗଛରୁ ତାଡି ପ୍ରସ୍ତୁତ କରିବା କାମ ଏମାନେ କରିଥାନ୍ତି। ବର୍ଷର ୪ ରୁ ୫ ମାସ ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହି ସମୟରେ ବିବାହିତ ମହିଳାମାନେ ମଥାରେ ସିନ୍ଦୁର ଲଗାନ୍ତି ନାହିଁ। ସେମାନେ ବୈବାହିକ ଜୀବନର ସମସ୍ତ ଶୃଙ୍ଗାରସାମଗ୍ରୀ ଦେବରିଆଠାରୁ ୩୦ କିମି ଦୂରରେ ଥିବା ତରକୁଲହା ଦେବୀ ମନ୍ଦିରରେ ରଖିଥାନ୍ତି।ତରକୁଲହା ଦେବୀ ଏହି ସମ୍ପ୍ରଦାୟର କୁଳଦେବୀ। ଉକ୍ତ ୫ରୁ ୬ ମାସ ମଧ୍ୟରେ ବିବାହିତ ମହିଳାମାନେ ବିଧବାଙ୍କ ଭଳି ଜୀବନ ଅତିବାହିତ କରିବା ପରେ ଶ୍ରାବଣ ମାସ ନାଗପଞ୍ଚମୀ ଦିନ ମନ୍ଦିରରେ ଏକତ୍ର ହୋଇଥାନ୍ତି। ସେହି ଦିନ ପୂଜା ସମୟରେ ସେମାନେ ପୁଣି ସିନ୍ଦୁର ଲଗାଇଥାନ୍ତି।୫୦ ଫୁଟ ଉଚ୍ଚରେ ଥିବା ଖଜୁରୀ ଗଛରୁ ତାଡ଼ି ବାହାର କରିବା କାମ ବହୁତ କଷ୍ଟକର। ସେଠାକାର ଯୁବକମାନେ ଅପରାହ୍ନ ସମୟରେ ଗଛରେ ଚଢ଼ି ଏହାକୁ କାଢ଼ିଥାନ୍ତି। ତେବେ କେଉଁ କାରଣରୁ ଏଭଳି ପରମ୍ପରା ଚାଲିଆସୁଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହି ସମ୍ପଦାୟର ମହିଳା ଏହାକୁ ଆଜି ବି ମାନିଥାନ୍ତି।

Comments (0)
Add Comment