ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

କରୋନାର ମୁକାବିଲା ପାଇଁ ସାରାଦେଶ ଏକ୍‌ଜୁଟ ହୋଇଯାଇଛି ।ସାରାଦେଶରେ ଏବେ ତାଲା ବନ୍ଦ । ତେବେ ଏଥିପାଇଁ ବହୁ ଗରିବ ଦିନମଜୁରିଆ ଦୁଃଖରେ ଜୀବନ ବିତାଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୋଦୀସରକାର ଗରିବ ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ।
୧-ଏକଲକ୍ଷ ସତୁରୀହଜାରେ କୋଟିର ପ୍ୟାକେଜ୍‌
୨-ସ୍ୱାସ୍ଥ୍ୟକର୍ମଚାରୀଙ୍କପାଇଁ ୫୦ଲକ୍ଷର ବିମାଘୋଷଣା,୨୦ଲକ୍ଷସ୍ୱାସ୍ଥ୍ୟକର୍ମଚାରୀ ଏହାଦ୍ୱାରା ଉପକୃତ ହୋଇପାରିବେ ।
୩-ଗରିବକଲ୍ୟାଣ ଯୋଜନାରେ ଲୋକଙ୍କୁ ସିଧାସଳଖ ଟଙ୍କା ଓ ଖାଦ୍ୟ ପ୍ରଦାନ କରାଯିବ
୪-ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନଯୋଜନାରେ କାହାକୁ ଭୋକିଲା ରଖାଯିବନାହିଂ । ଏବେ ଗରିବଙ୍କୁ ମୁଣ୍ଡପିଛା ୫କିଲୋ ଗହମ କିମ୍ବା ଚାଉଳ ମିଳୁଛି । ସେହିପରି ୧କିଲୋ ଡାଲି ପ୍ରଦାନ କରାଯିବ । ଆସନ୍ତା ୩ମାସ ପର୍ଯ୍ୟନ୍ତ ଏହା ମିଳିବ । ୮୦କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ ।
୫-ପ୍ରାୟ୮କୋଟି୭୦ଲକ୍ଷଚାଷୀଙ୍କୁ ୨ହଜାରେ ଟଙ୍କା ଲେଖାଏଁ ଦିଆଯିବ । ଏପ୍ରିଲପ୍ରଥମସପ୍ତାହରେ ଏହା ଡିବିଡି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ଯିବ ।
୬- ମହିଳାଜନଧନ ଆକାଉଂଟକୁ ଆଗାମି ୩ମାସ ପର୍ଯ୍ୟନ୍ତ ୫୦୦ଟଙ୍କାଲେଖାଏଁ ଦିଆଯିବ । ୨୦କୋଟି ମହିଳା ହେବେ ଉପକୃତ ।
୭-୮.୩କୋଟିପରିବାରକୁ ମାଗଣା ଏଲପିଜି ସିଲିଣ୍ଡର ।
୮-ମହିଳା ସ୍ୱୟଂସହାୟକଗୋଷ୍ଠୀଙ୍କପାଇଁ ଘୋଷଣା-କୋଲାଟେରାଲ ଫ୍ରିଲୋନ୍ ୨୦ଲକ୍ଷକୁ ବୃଦ୍ଧି । ୭କୋଟିମହିଳା ହେବେ ଉପକୃତ ।
୯-ବରିଷ୍ଠନାଗରିକ ,ବିଧବା,ଭିନ୍ନକ୍ଷମ ଙ୍କୁ ଅତିରିକ୍ତ ୧ହଜାରେଟଙ୍କାର ସହାୟତା ଦୁଇଟି କିସ୍ତିରେ ଏହା ପ୍ରଦାନ କରାଯିବ ।ଏହାଦ୍ୱାର ୩କୋଟି ଲୋକ ହେବେ ଉପକୃତ
୧୦-ଆସନ୍ତା୩ମାସ ପାଇଁ କେନ୍ଦ୍ରସରକାର ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ଇପିଏଫ୍ ପ୍ରଦାନ କରିବେ ।୨୪%ହିସାବରେ ୩ମାସପାଇଁ ପ୍ରଦାନ କରାଯିବ ।ଯେଉଁ କମ୍ପାନୀରେ ୧୦୦ପର୍ଯ୍ୟନ୍ତ କର୍ମଚାରୀକାର୍ଯ୍ୟ କରୁଥିବେ ଓ ସେମାନଙ୍କ ମଧ୍ୟରୁ ୯୦%କର୍ମଚାରୀମାସିକ ୧୫ହଜାରେଟଙ୍କାରୁ କମ୍ ଦରମା ପାଉଥିବେ ସେମାନେ ଏହି ସୁବିଧା ପାଇପାରିବେ ।
୧୧-ଇପିଏଫ୍ ସ୍କିମ୍‌ରେ ପରିବର୍ତନ- କର୍ମଚାରୀମାନଙ୍କୁ ନିଜ ଇପିଏଫ୍‌ର ୭୫%ଟଙ୍କା ଉଠାଇବାର ସୁବିଧା ମିଳିବ ।ଯାହାକି ନନ୍‌ରିଫଣ୍ଡେବଲ ହେବ ।ତେବେ ଏଥିରେ ଏକ ସର୍ତ ରହିଛି ,ସର୍ତଟି ହେଉଚି ୩ମାସର ଦରମା ବା ଇପିଏଫ୍ ଆକାଉଂଟରେ ଥିବା ଅର୍ଥର ୭୫/%ଯାହା ସର୍ବନିମ୍ନ ହୋଇଥିବ ,ସେତିକି ହିଁ ଉଠାଣ ହୋଇପାରିବ । ।ଏହାଦ୍ୱାରା ୪.୮କୋଟିଶ୍ରମିକ ଉପକୃତ ହୋଇପାରିବେ ।
୧୨-ନିର୍ମଣାଶ୍ରମିକମାନଙ୍କପାଇଁ ଥିବା୩୧ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପରାମର୍ଶ । ଯାହାଦ୍ୱାରା ସାଢେ୩କୋଟିଶ୍ରମିକ ଲାଭବାନ ହୋଇପାରିବେ ।
୧୩-ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ କରିବାକୁ ପରାମର୍ଶ ।
୧୪-ମନରେଗା ଶ୍ରମିକଙ୍କପାଇଁ ମଜୁରୀ ୨ହଜାରେ ଟଙ୍କା ବୃଦ୍ଧି ।

Comments (0)
Add Comment