ଯାଜପୁର,୪ା୫(ଏସଏସନିୟୁଜ) ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ପଟ୍ଟାମୁଣ୍ଡାଇ କେନାଲ ନିକଟରେ ଥିବା ବାହାଦୂର ନଗରରେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି।ଏହାସହ ଚାଳକ ଓ ଆଉଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ୟ୍ୟୋଧନ ଦଳେଇ(୧୪)। ଏକ ପାଟ ଜମିକୁ ମାଛ ଧରିବାକୁ ୫ଜଣ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲାାବାହାଦୂର ନଗରରେ ଟ୍ରାକ୍ଟରଟି ଓଲଟିଯିବାରୁ ୫ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିସ୍ା ପାଇଁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବେଙ୍ଗ ଦଳେଇ, ଉତ୍ସବ ଦଳେଇ ଓ ଦୁର୍ୟ୍ୟୋଧନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।ଏହିଘଟଣାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।