ଉତରପ୍ରଦେଶରୁ ଫେରନ୍ତା ଯୁବତୀ କ୍ୱାରେଟାଇନ ସେଂଟରରେ ରହିଲେ

ବାରଙ୍ଗ,୯/୬(ଏସଏସନିୟୁଜ) ସମଗ୍ରଦେଶରେ କରୋନାସଂକ୍ରାମଣ ବଢିଚାଲିଥିବାବେଳେ ଲକ୍‌ଡାଉନ ଓ ସଟଡାଉନ ରାଜ୍ୟରେ ବଲବତର ରହିଛି ।ରାଜ୍ୟବାହାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ପଂଚମ ପର୍ଯ୍ୟାୟରେ ଉତରପ୍ରଦେଶର ଗାଜିଆବାଦରୁ ଫ୍ଲାଇଟ ଯୋଗେ ଭୁୁବନେଶ୍ୱରକୁ ଫେରିଥିବା ଜଣେ ୨୪ବର୍ଷିୟ ଯୁବତୀ ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ଦାଢାପଂଚାୟତର କେନ୍ଦୁପାଟଣା ଉଚ୍ଚବିଦ୍ୟାଳୟରେ ହୋଇଥିବା କ୍ୱାରେଟାଇନ ସେଂଟର ରେ ଆସି ରହିଛନ୍ତି ।ଏହି ଯୁବତୀ ଜଣଙ୍କ ନିଜସ୍ୱ ଖର୍ଚ୍ଚରେ ଉତରପ୍ରଦଶରୁ ଆସି ଏଠାରେ ରହିଥିବାର ତାଙ୍କର ଭାଇ ପ୍ରକାସ କରିଛନ୍ତି ।ତେବେ ଗତମାସ ୪ତାରିଖରେ ପ୍ରଥମକରି କଲିକତାରୁ ଫେରିଥିବା ଜଣେ ଯୁବକ ଏହି କ୍ୱାରେଟାଇନରରେ ରହିଥିଲେ ।୧୬ତାରିଖରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଜଣେ ମହିଳା,୨୬ତାରିଖରେ ବାଙ୍ଗାଲୋରରୁ ଫେରିଥିବା ଜଣେଯୁବକ ଏଠାରେ ରହି କ୍ୱାରେଟାଇନର ଅବଧି ସରିବାପରେ ଘରକୁ ଫେରିଥିଲେ ।୨୬ ତାରିଖ ରେ ବାଙ୍ଗାଲୋରରୁ ଫେରିଥିବା ଦମ୍ପତି କ୍ୱାରେଟାଇନ ସେଂଟରରେ ନରହି ହୋମ୍‌କ୍ୱାରେଟାଇନରେ ରହିଥିବାର ଜଣାପଡିଛି ।
CONTACT-satyasandhana.in, ph/ whatsApp -9937134189,facebook- satyasandhana ,mail- satyasandhana@gmail.com ,ଲାଇକ୍ ଓ ସେୟାର କରନ୍ତୁ ।

Comments (0)
Add Comment