ଭଙ୍ଗା କୁଡିଆରେ ବିତୁଛି ଜୀବନ , ସରକାରୀ ଯୋଜନା ସାତ ସପନ

ଚନ୍ଦ୍ରଶେଖରପୁର,୨୪/୪(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ ବିଏମ୍‌ସିର ୩ନଂ ଓାର୍ଡର ପଟିଆ ଗ୍ରାମକୁ ଲାଗି ରହିଛି ବରଦେବୀ ବସ୍ତୀ ଓ ଶବର ସାହି ।ଏହି ବସ୍ତୀ ମଧ୍ୟରେ ଏବେ ବି ଅଛନ୍ତି ଲୋକ।  ଯାହାଙ୍କର ଭଙ୍ଗାକୁଡିଆରେ ବିତୁଛି ଜୀବନ । ହେଲେ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ ।https://youtu.be/E6wYWJQHFzI

ଖୋଦ ରାଜଧାନୀ ର ଛାତି ଉପରେ ରହିଥିଲେ ବି ଦୀପତଳ ଅନ୍ଧାର ପରି କେହି ଶୁନିବାକୁ ନାହାନ୍ତି । ହେଲେ ଏହି  ନିସହାୟ ମହିଳାଙ୍କ ଉପରେ  ୟୁଥ୍ ଫର ଆକ୍ସନ୍ ଟିମ୍ ର ନଜରକୁ ଆସିଛି । ସାସଂଦଅପରାଜିତା ଶଢଙ୍ଗୀ ତତ୍ୱାବଧାନରେ ଗଠିତ ୟୁଥ୍ ଫର ଆକ୍ସନ୍ ଟିମ୍ ର ସଦସ୍ୟମାନେ ରନ୍ଧାଖାଦ୍ୟ ବାଂଟୁଥିବାବେଳେ ଭଙ୍ଗା କୁଡିଆରେ ରହୁଥିବା ମହିଳାଜଣଙ୍କ ତାଙ୍କ କୋହଭରା କଥାକୁ ସେମାନଙ୍କ ଆଗରେ ବଖାଣିଛନ୍ତି ।

କରୋନା ପାଇଁ ସରକାର ସବୁଆଡେ ଲକଡାଉନ କରିଛନ୍ତି । ଏହି ସମୟରେ ଲୋକମାନଙ୍କୁ ସଚେତନ କରିବା,ସେମାନଙ୍କ ଅସୁବିଧାରେ ପାଖରେ ପହଁଚି ଦେବଦୁତ ଭଳି ସାହାର୍ଯ୍ୟ କରିବାର ପ୍ରମୁଖ ଭୁମିକା ନିର୍ବାହ କରିଛି ୟୁଥ୍ ଫର ଆକ୍ସନ୍ ଟିମ୍ । ବିଏମ୍‌ସିର ୩ନଂ ଓାର୍ଡରେ ଏମାନେ ବିଶେଷଭାବେ ସକ୍ରିୟ ରହି ଜନହିତକର କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ।୩ନଂଓାର୍ଡ ର ସାସଂଦଅପରାଜିତା ଶଢଙ୍ଗୀ ଙ୍କ ପ୍ରତିନିଧି, ଯୁବନେତୃତ୍ୱ ତଥା ସମାଜସେବୀ ସନ୍ତୋଷକୁମାର ପରିଡା ଙ୍କ ନେତୃତ୍ୱରେ ପଟିଆଗ୍ରାମର ୧୦୦ରୁ ଉର୍ଦ୍ଧ ଯୁବକମାନେ ଏକାଠି ହୋଇଆରମ୍ଭ କରିଛନ୍ତି ମହତକାର୍ଯ୍ୟ । ଦେବାଶିଷ,ନିର୍ମଳ ସୁରଜ,ରିତେଶ,ମନୋଜ ,ସାହିଲ ,ଗୁଲସନ ସହ ପଟିଆୟୁଥ୍ କ୍ଲବ୍ ର ସୁଶାନ୍ତପରିଡା, ସୁଶାନ୍ତପାତ୍ର, ବିଷ୍ନୁଚରଣ ପାତ୍ର, ବାଟୁ, ଶଙ୍କର ଅଜୟବାବୁ ,ଯଜ୍ଞାସୁରାୟ,ଅରୁ ,ଗୋକୁଳ,ପ୍ରଭାତି ପ୍ରମୁଖଙ୍କ ତତ୍ୱାବଧାନରେ ପଟିଆନିକଟସ୍ଥ ବରଦେବୀ ବସ୍ତୀ ଓ ସବରସାହି ରେ ୫୦୦ରୁ ଉର୍ଦ୍ଧ ଗରିବ ତଥା ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ।ଏହାସହିତ ସରକାରଙ୍କ ଦ୍ୱାରା ପଣଦିତ ନିତୀନୀୟମକୁ ପାଳନ କରି ସାମାଜିକ ଦୁରତ୍ୱ ବଜାୟ ରଖିବାସହ ଘରେ ରହି ସୁସ୍ଥ ରହିବାର ବାର୍ତା ମଧ୍ୟ ଏହି ସଦସ୍ୟମାନେ ପ୍ରଦାନ କରିଛନ୍ତି ।

ଏହି ସଦସ୍ୟମାନେ ରନ୍ଧାଖାଦ୍ୟ ବାଟୁଂଥିବାବେଲେ ସନ୍ତୋଷଙ୍କ ନଜର ଭଙ୍ଗାଝାଟିମାଟି କୁଡିଆ ଆଗରେ ବସିଥିବା ସୁଲଚନା ଦାସ ନାମ୍ନୀ ନିସହାୟ ମହିଳାଙ୍କ ଉପରେ ପଡିଥିଲା । ତାଙ୍କ ପାଖରେ ପହଁଚିବା ପରେ ସରକାରୀ ଯୋଜନା ଏହି ମହିଳାଙ୍କ ପାଇଁ ସାତସପନ ହୋଇଥିବାର ଜାଣିବାକୁ ପାଇଥିଲେ ।ରାଜଧାନୀ ଉପକଣ୍ଠରେ ଏଭଳି ସ୍ଥିତି ସଦସ୍ୟମାନଙ୍କୁ ହତବାକ୍ କରିଦେଇଥିଲା ।ତାଙ୍କ ଘରେ ଦିନରେ ସୁର୍ଯ୍ୟଙ୍କ କିରଣ ଓ ରାତିରେ ଚନ୍ଦ୍ରଙ୍କ କିରଣ ପଡୁଥିବାର ମହିଳାଜଣଙ୍କ ହାତକୁ ଭିଡିନେଇ ଘରଚାଳଛପରର ଦୃଶ୍ୟକୁ ଦେଖାଇଥିଲେ ଆଉ କୋହଭରା କଣ୍ଠରେ ନିଜର ଦାରିଦ୍ରତା କଥାକୁ ବଖାଣିଥିଲେ ।ଏହି ମହିଳାଙ୍କ ପରେ ଅନ୍ୟକେତେକ ଅସହାୟ ମଧ୍ୟ ଆସି ବିଭିର୍ଣ ଅଭିଯୋଗମାନ କରିଥିଲେ ।ଏହାପରେ ଏହି ଗରିବ ଲୋକମାନଙ୍କୁ ସରକାରି ସୁବଧା ଯୋଗଇଦେବା ପାଇଁ ଆରମ୍ଭ ହୋଇଥିଲା ଚିଠା ପ୍ରସ୍ତୁତ । ଘରେଘରେ ବୁଲି ଲୋକମାନଙ୍କର ଅଭାବଅସୁବିଧାକୁ ସାଙ୍ଗଙ୍କୁ କାହାର ରାସନକାର୍ଡ ନାହିଁ ତ କିଏ ଘର ଖଣ୍ଡେ ପାଇନାହିଁ ଆଦି ସମସ୍ୟା ଉପରେ ସଦସ୍ୟମାନେ ପଚାରିବୁଝିଥିଲେ । ଫେରିବାବେଳେ ପିଲାମାନଙ୍କର ସାହାର୍ଯ୍ୟ କରିବାରଗୁଣକୁ ବସ୍ତୀବାସିନ୍ଦା ସାବାସୀ ଦେବାସହ ଭଗବାନ ତୁମର ମଙ୍ଗଳକରନ୍ତୁ ବୋଲି କଲ୍ୟାଣ କରିଥିଲେ ।

Comments (0)
Add Comment