ହ୍ୱାଇଟ୍ ହାଉସ୍ ର ବାହାରେ ହେଲା ଗୁଳିମାଡ଼

ୱାଶିଂଟନ,୧୧ /୮ (ସତ୍ୟସନ୍ଧାନ ଡେସ୍କ ) ସୋମବାର ବିଳମ୍ବିତ ରାତିରେ ଆମେରିକାର ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼ କରାଯାଇଥିବା ନେଇସୂଚନା ଦେଇଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଗୁଳି ଫୁଟିଥିଲା। ସଙ୍ଗେ ସଙ୍ଗେ ସୁରକ୍ଷା ଅଧିକାରୀମାନେ ତାଙ୍କୁ କିଛି ସମୟ ପୋଡିୟମରୁ ଓହ୍ଲାଇ ଯିବାକୁ କହିଥିଲେ। ତାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା। ଜଣେ ବ୍ୟକ୍ତି ଏଭଳି ଘଟଣା ଘଟାଇଥିବା ବେଳେ ସିକ୍ରେଟ ସର୍ଭିସର ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି।ସିକ୍ରେଟ ସର୍ଭିସର ଅଧିକାରୀମାନଙ୍କ କାର୍ଯ୍ୟାନୁଷ୍ଠାନରେ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିଥିବାରୁ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିବା ସେ କହିଛନ୍ତି।ତେବେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ସୂଚନା ଦେଇଛନ୍ତି। ।

 

Comments (0)
Add Comment