ଛକାଚୌକାରେ ଦୁଲୁକିଲା ସାରଜାହା

0 3,129

ଖବର ଆଜି ସକାଳର,ତାରିଖ ୨୮/୦୯/୨୦ ସୋମବାର ।
୧-ଛକା ଚୌକାରେ ଦୁଲୁକିଲା ସାରଜାହା । ପଞ୍ଜାବ ହାତରୁ ମ୍ୟାଚ ଛଡାଇ ନେଲେ ସାମସନ, ତେୱତିଆ । ୪ ୱିକେଟରେ ଜିତିଲା ରାଜସ୍ଥାନ ରୟାଲ୍ସ।
୨-ଆଜି ପ୍ରକାଶ ପାଇବ +୩ ମେଧା ତାଲିକା
୩-ମଧ୍ୟପ୍ରଦେଶ–ଲୁଡୋ ଖେଳରେ ବାପାଙ୍କ ଠାରୁ ହାରିଲା ଝିଅ, କଥା ଗଲା ଫ୍ୟାମିଲି କୋର୍ଟକୁ, ଝିଅ କହିଲା- ଏବେ ସେ ମୋ ବାପା ନୁହନ୍ତି।
୪–କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବିଲ । ପୂର୍ବରୁ ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା ।
୫-ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ : ୭୫୭ରୁ ୧୩୬ ପଜିଟିଭ୍‌।
୬-ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’।
୭-ଫ୍ରାନ୍ସ ଭାରତକୁ ଦେଲା ଆଉ ୫ ରାଫେଲ ବିମାନ, ପୂର୍ବୋତ୍ତର ସୀମାରେ ଚୀନ ଉପରେ ରଖିବ ନଜର
୮-ମନ କି ବାତ୍ : ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ,ଦେଶ ସେତେ ଆତ୍ମନିର୍ଭର ହେବ।
୯-ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ନେଇ ବକ୍ତବ୍ୟ ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । କହିଲେ, କ୍ଷୁର୍ଣ୍ଣ ହେବନି ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତା, ଦୀର୍ଘମିଆଦି ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ କୁଳପତି ।
୧୦-ପୁରୀ ଓ କୋଣାର୍କକୁ ଚାଲିଲା ‘ମୋ ବସ୍‌’।
୧୧-ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ୧୦ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି।
୧୨-ମନ୍ଦିର ଖୋଲିବା ନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ – ପ୍ରତାପ ଜେନା।
୧୩-ଦୀପିକା ପାଦୁକୋନ, ଶ୍ରଦ୍ଧା ଓ ସାରାଙ୍କୁ ବାବା ରାମଦେବଙ୍କ ପରାମର୍ଶ, କହିଲେ-ନିଶା ଛାଡ, ଯୋଗରେ ଦିଅ ମନ।
୧୪-ସରକାରଙ୍କୁ ପ୍ରଶ୍ନ କରିବାର ଦିନେ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା।
୧୫-କରୋନା ମହାମାରୀ ପାଇଁ ବନ୍ଦ ପଡ଼ିଥିବା ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଦୀର୍ଘ ୭ ମାସ ପରେ ଆରମ୍ଭ ହୋଇଛି।
୧୬-ଜେଡିୟୁରେ ଯୋଗ ଦେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗ୍ରହଣ କଲେ ଦଳର ସଦସ୍ୟତା ।
୧୭-ଚୀନ୍ ସେନାଙ୍କ ମୁକାବିଲା ଲାଗି ପାଙ୍ଗୋଙ୍ଗ୍ ସୋ’ ଫିଙ୍ଗର୍‌-୪ର ୫, ୮୦୦ ମିଟର୍ ଉଚ୍ଚରେ ଶୀତ ସହଣି ପରୀକ୍ଷା ନିମନ୍ତେ ଭାରତୀୟ ସେନା ପ୍ରସ୍ତୁତ
୧୮-କୋହଳ ହେଲା ଛାଡପତ୍ର ପ୍ରାପ୍ତ ମହିଳାଙ୍କ ପାଇଁ ପରିବାର ପେନସନ ନିୟମ।
୧୯-କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ତେଜସ୍ୱୀ।
୨୦-ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ନେତା ଦେବେନ୍ଦ୍ର ଫଡନବିସଙ୍କୁ ଶିବସେନା ମୁଖପାତ୍ର ସଂଜୟ ରାଉତ ଭେଟିବା ନେଇ ଉଠିଲା ବିବାଦ : ସଂଜୟଙ୍କ ସଫେଇ, ସାକ୍ଷାତକାର ପାଇଁ ଭେଟିଥିଲି : କାହାକୁ ଭେଟିବା ଅପରାଧ ନୁହେଁ।
୨୧-ଶାହିଦ ଆଫ୍ରିଦିଙ୍କ ବିସ୍ଫୋରକ ବୟାନ-‘ଭାରତରେ ମୋଦି ସରକାର ଥିବା ଯାଏଁ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ୍

Leave A Reply

Your email address will not be published.