ପ୍ରତିଷ୍ଠା ବେଳେ ଯଜ୍ଞଘରେ ଲାଗିଲା ନିଆଁ

ବାଙ୍କୀ,୨୦/୧୧(ଏସ ଏସ ନିୟୁଜ)ଆଜି ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ଗ୍ରାମରେ ଅଘଟଣ ଘଟିଛି। ନୂଆକରି ହୋଇଥିବା ମନ୍ଦିର ପ୍ରତିଷ୍ଠା ବେଳେ ଯଜ୍ଞଘରେ ନିଆଁ ଲାଗିଯାଇଛି।ଏହାକୁ ନେଇ ବିଭିର୍ଣ ଆଲୋଚନା ହେଉଥିବାବେଳେ ଗ୍ରାମବାସୀମାନେ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।
ସୂଚନା ଅନୁଯାୟୀ ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ନୂତନ ଭାବରେ ହୋଇଥିବା ରାମ ମନ୍ଦିର ଆଜି ପ୍ରତିଷ୍ଠା ହିଉଥିଲା।ଏଥିପାଇଁ ଗ୍ରାମବାସୀମନେ ବେଶ ଉତ୍ସାହିତ ରହିଥିଲେ।ତେବେ କୌଣସି କାରଣରୁ ହଠାତ ଯଜ୍ଞ ଘରେ ନିଆଁ ଲାଗିଯାଇଥିଲା ।ତେବେ ନିଆଁ ଉତାପ ଧୀରେ ଧୀରେ ବଢିବାରୁ ସମ୍ପୁର୍ଣ୍ଣ ଯଜ୍ଞଘର ଜଳିଯାଇଛି । ମନ୍ଦିରରେ ଥିବା ଗ୍ରାମବାସୀ ମାନେ ପାଣି ଢାଳି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଉଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

Comments (0)
Add Comment