Browsing monthly archive

December 2019

ଆଶା , ଆଶାରେ ରହିଗଲା….

ଭୁବନେଶ୍ୱର;୨୫/୧୨(ଏସ୍ଏସ୍ଏନ୍) ଆଜି ହେଉଛି ଡିସେମ୍ବର ମାସର ୨୫ ତାରିଖ ଅର୍ଥାତ ଆଜି ପ୍ରଭୁ ଯିଶୁଙ୍କର ଜନ୍ମଦିବସ । ଏହି ଦିନକୁ ବଡଦିନ  ଭାବେ ପାଳଣ କରାଯାଏ । ଆଉ ଏହି ଦିନରେ ଜାତୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ଯଦି ଛୁଟିଦିନ ଅଛିତ ବୁଲିବାକୁ କାହାର ବା ମନ ନହେବ । ସାଙ୍ଗ ସାଥି ହୁଅତୁ ବା ଏକା । ଗାଡି ଧରି ବା ବସ କିମ୍ବା ଅଟୋ ଧରି ବିଭିନ୍ନ ପର୍ଯ୍ୟଟନସ୍ଥଳି ବୁଲିବାକୁ […]

ହେଲେ ଏକାଠି,ବଢାଇଲେ ଭାବ

ଡେଲାଙ୍ଗ,,୨୪/୧୨(ଏସ୍ଏସ୍ ନିଉଜ)ଏକାଠି ହେଲେ,ଭାବ ବଢାଇଲେ,ପୁରୁଣା ଦିନର ସ୍ମୃତିକୁ ବଖାଣିଲେ । ନିଜ ପରିବାର ପିଲାଛୁଆଙ୍କ କଥା କହିବା ସହ ଅନ୍ୟମାନଙ୍କର କଥାକୁ ଶୁଣିଲେ ।ଶେଷରେ ବହୁ ଦିନ ବ୍ୟବଧାନରେ ଏକାଠି ହୋଇଥିବାର ସ୍ମୃତିକୁ ମନେରଖିବାପାଇଁ ମାମଙ୍ଗଳାମନ୍ଦିରରେ ସମସ୍ତେ ଖୁସିରେ ରହିବାପାଇଁ ଜାଳିଲେ ଦ୍ୱୀପ । ଚନ୍ଦ୍ରଶେଖରଦେବ ଉଚ୍ଚବିଦ୍ୟାଳୟର ୧୯୮୮ମସିହା ମ୍ୟାଟ୍ରିକବ୍ୟାଚର ପୁରାତନ ଛାତ୍ରମାନେ ବୁଧବାରଦିନ ଏହିଭଳି ଏକ ପରିବେଶ ସୃଷ୍ଟି କରିଥିଲେ । ଡେଲାଙ୍ଗବ୍ଲକ ଅର୍ନ୍ତଗତ ପୀଢପାଟଣା ଗ୍ରାମର ମାମଙ୍ଗଳାମନ୍ଦିର ପ୍ରାଙ୍ଗଣରେ ଚନ୍ଦ୍ରଶେଖରଦେବ ଉଚ୍ଚବିଦ୍ୟାଳୟର ୧୯୮୮ମସିହା ମ୍ୟାଟ୍ରିକବ୍ୟାଚର […]

ଉଦ୍ଧାର ହେଲା ନାଗସାପ

ଡେଲାଙ୍ଗ୨୫/୧୨(ଏସଏସ ନିଉଜ ) ଡେଲାଙ୍ଗବ୍ଲକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କୁଞ୍ଜରଗ୍ରାମରୁ ବୁଧବାର ଦିନଏକ ନାଗସାପ ଉଦ୍ଧାରକରାଯାଇଛି. ମିଳିଥିବାସୂଚନା ଅନୁଯାୟୀ ନାଗସାପଟି କୁଞ୍ଜରଗ୍ରାମର ଗୋବିନ୍ଦମହାରଣା ଘରେ ଥିବାବେଳେ ପରିବାରଲୋକେ ଦେଖିବାକୁ ପାଇଥିଲେ. ପରିବାର ଲୋକେ ସାପଟିକୁ ଦେଖି ଭୟରେ ପାଟିକରି କରିବାକୁ ଲାଗିଥିଲେ. ଗାଁରଲୋକମାନେ ଆସି ତାଙ୍କଘରେପହଞ୍ଚିଥିଲେ. ସାପଟିକୁ ଦେଖି ସାପଧରାଳିଙ୍କ ସହିତଫୋନରେ ଯୋଗାଯୋଗ କରିଥିଲେ. ଖବରପାଇ ଥେଣ୍ଟେଣାଗ୍ରାମର ସାପଧରାଳି ସନ୍ତୋଷ କୁମାର ନାୟକ ପହଞ୍ଚି ସାପ୍ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡ଼ିଛି

ଶୁଭାରମ୍ଭ ହେଲା ସିଏନ୍ ଜି ବସ ସେବା

ଭୁବନେଶ୍ୱର,୨୪/୧୨(ଏସ୍ଏସ୍ ନିଉଜ) ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାରଦିନ ଦେଶର ପ୍ରଥମଥରପାଇଁ ଦୁରଗାମୀ ସିଏନ୍ ଜି ବସର ଶୁଭାରମ୍ଭ ହୋଇଛି ।ଏହାକୁ ଆନୁଷ୍ଠାନିକଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଉଦଘାଟନ କରିଛନ୍ତି ।ଏହା ଏକ ସ୍ୱଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ପାକୃତିକଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଆଇଜିଏଇ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା […]

ମୋ ସରକାର ଅଭିମୁଖେ ଶ୍ରମବିଭାଗ

ଭୁବନେଶ୍ୱର,୨୩/୧୨(ଏସ୍ଏସ୍ ନିଉଜ୍)ଶ୍ରମଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ମୋ ସରକାର ସଚେତନତା କର୍ମଶାଳା ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି ।ଶ୍ରମକର୍ମଚାରୀ ରାଜ୍ୟବୀମା ଏବଂ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ସୁଶାନ୍ତସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି ।ମନ୍ତ୍ରୀ ସିଂହ ମୁଖ୍ୟଅତିଥିଭାବେ ଯୋଗଦାନକରି ବିଭାଗକୁ ଅଧିକ କ୍ରିୟାଶିଳ କରାଯିବାର ଆବଶ୍ୟକତା ରହିଛି ।ଏଥିସହିତ ଜନସାଧାରଣମାନଙ୍କୁ ଯେପରି ଉତମ ସେବା ଯୋଗଇ ଦିଆଯିବ ,ସେ ସର୍ମ୍ପକରେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଅନ୍ୟତମ ଅତିଥିଭାବେ ରାଜ୍ୟନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ଅଧକ୍ଷ […]

ଆରମ୍ଭ ହେଲା ମାଣ୍ଡିଆମଣ୍ଡି

ଭୁବନେଶ୍ୱର,୨୩/୧୨(ଏସ୍ଏସ୍ ନିଉଜ୍)ରାଜ୍ୟସରକାର ଆରମ୍ଭ କଲେ ମାଣ୍ଡିଆମଣ୍ଡି । ସ୍ୱାଧିନତାର ୭୨ବର୍ଷପରେ ସ୍ୱାଭିମାନ ଅଂଚଳରେ ପ୍ରଥମେ ମାଣ୍ଡିଆମଣ୍ଡିକୁ ସୋମବାରଦିନ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ.ଅରୁଣକୁମାରସାହୁଙ୍କ ଦ୍ୱାରା ଶୁଭଉଦଘାଟନ ହୋଇଛି ।ସ୍ୱାଧିନତାର ଦୀର୍ଘବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳର ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ୧୫୧ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଆନ୍ତରିକତା ଉଦ୍ୟମ ଫଳରେ ନିର୍ମାଣ ହେଲା ଗୁରୁପ୍ରିୟାସେତୁ ।ଦିନେ ବିଛିନ୍ନାଅଂଚଳଭାବେ ପରିଚିତ ଅଂଚଳ ଏବେ ସ୍ୱାଭିମାନ […]

କାମ ହେଲା କାଳ :ଚାଲିଗଲା ଜୀବନ

ଭୁବନେଶ୍ବର:୨୩/୧୨(ଏସଏସଏନ) ପେଟ ଚାଖଣ୍ଡ ପାଇଁ  ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ମଜୁରିଆ ଭାବେ କାମ କରୁଥିଲେ ଶ୍ରମିକ । ହେଲେ ସାଥ ଦେଲାନି ଦଇବ । ଅକାଳରେ ଚାଲିଗଲା ଗୋଟିଏ ମୁଲ୍ୟବାନ ଜୀବନ । ଉଜୁଲି ଗଲା ସୁନାର ସଂସାର । ଏମିତି ଏକ ଦଃଖଦ ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଅଞ୍ଚଳରେ । ପ୍ରକାଶ ଯେ ,ଉକ୍ତ ଥାନା ଅଞ୍ଚଳରେ  ଆଜି ମଧ୍ୟାନ ସମୟରେ ଜଣେ ଶ୍ରମିକ ଜଣେ ବ୍ୟକ୍ତିଙ୍କର ସେପ୍ଟି ଟାଙ୍କି […]

ବିରାଟ୍ ବାହୀନିର ବିରାଟ ବିଜୟ

କଟକ : ୨୨/୧୨(ଏସଏସଏନ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ  ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିରାଟ ବାହୀନି ବିଜୟ ହାସଲ କରିଛି ।  ୱେଷ୍ଟଇଣ୍ଡିକୁ ୪ୱିକେଟରେ ପରାସ୍ତ କରିଛି । ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ […]

ବାସୁଦେବଙ୍କ ପାଖରୁ ଆସିଲା କ୍ରିଡାଜ୍ୟୋତି

ଡେଲାଙ୍ଗ,୨୨/୧୨ –(ଏସଏସ ନିଉଜ)ବରକେରାଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ପୀଠରୁ ଛାତ୍ରଛାତ୍ରୀମାନେ ଗ୍ରାମପରିକ୍ରମା କରି ବିଦ୍ୟାଳୟକୁ ଆଣିଲେ କ୍ରିଡାଜ୍ୟୋତି ।ଏହାପରେ ଆରମ୍ଭ ହୋଇଥିଲା ବାର୍ଷିକକ୍ରିଡା ପ୍ରତିଯୋଗୀତା ।ଏହିଭଳି ଏକ ପରିବେଶ ଡେଲାଙ୍ଗବ୍ଲକ ଅର୍ନ୍ତଗତ ମୁନିନ୍ଦା ଗ୍ରାମପଂଚାୟତର ବରକେରା ସରକାରୀ ଉଚ୍ଚବିଦ୍ୟାଳୟ ରେ ଦେଖିବାକୁ ମିଳିଥିଲା ।ଅତିଥିମାନଙ୍କଦ୍ୱାରା ଆରାଧ୍ୟ ଦେବତା ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ନିକଟରୁ ଆସିଥିବା କ୍ରିଡାଜ୍ୟୋତି କୁ ସ୍ଥାପନ କରିବାପରେ ଆନୁଷ୍ଠାନିକଭାବେ କ୍ରିଡାକାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ।ରବିବାରଦିନ ଏହି ବାର୍ଷିକକ୍ରିଡାସବର ଥିଲା ପୁରସ୍କାର ବିତରଣୀଉସବ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପକୁମାରସେଠୀଙ୍କ […]

ଇନସୁଲିନସ୍ତର ନିୟନ୍ତ୍ରିତ କରେ କଂଚାଲଙ୍କା

ସ୍ୱାସ୍ଥ୍ୟପାଇଁ ବେଶ୍ ଉପକାରୀ କଂଚାଲଙ୍କା ।ଅନେକ ଏହାକୁ ନିୟମିତଭାବେ ଖାଦ୍ୟରେ ସାମିଲ କରୁଥିବାବେଳେ ଏହାର ଉପାଦେୟ ଗୁଣବିଷୟରେ ଏତେଟା ଜାଣିନଥିବେ ।ନିୟମିତ କଂଚାଲଙ୍କା ସେବନ ଦ୍ୱାରା କଣସବୁ ଉପକାର ମିଳଥାଏ ,ଆସନ୍ତୁ ଜାଣିବେ ——- କଂଚାଲଙ୍କାରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏହା ଓଜନ କମ କରିବାଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟସମସ୍ୟାରୁ ରକ୍ଷାଦେଇଥାଏ । କଂଚାଲଙ୍କାରେ ଥିବା ଡାଏଟ୍ରିଫାଇବର ପାଚନତନ୍ତ୍ର ପାଇଁ ଭଲ । କଂଚାଲଙ୍କାରେ ଭିଟାନମିନ୍ ସି ଓ ଇ ରହିଥାଏ […]