Browsing monthly archive

January 2020

ଦିନ ଦ୍ବିପହରରେ ଲୁଟ୍

ଭୁବନେଶ୍ବର:(ଏସଏସଏନ)  ଫୁଲନଖରା-ନିଆଳୀ ରାସ୍ତାର ଡିପିଏସ୍ କଳିଙ୍ଗ ଛକ ନିକଟରେ ମହିଳାଙ୍କୁ ରାସ୍ତାରେ ଧକ୍କା ମାରି ତଳେ ପକାଇ ଚେନ୍ ଲୁଟିଲେ ଲୁଟେରା।ନଖରା ଟ୍ରାଫିକ ପୋଷ୍ଟ୍ ର ଅନତି ଦୁରରେ ଘଟିଲା ଏପରି ଲୁଟ୍ ଲୁଟ୍ ର ଶିକାର ହେଲ ଜଣେ ଶିକ୍ଷୟତ୍ରୀ।ଶିକ୍ଷୟିତ୍ରୀଙ୍କ ନାମ ପୁଷ୍ପବତୀ ମହାପାତ୍ର।

ଖଣ୍ଡିଆ ନଦୀତୁଠରୁ ମିଳିଲା ମୃତଦେହ

ବାରଙ୍ଗ,୩୧/୧(ଏସଏସନିୟୁଜ)ଶୁକ୍ରବାର ସକାଳେ ନନ୍ଦନକାନନଥାନା ପୋଲିସ କେନ୍ଦୁପାଟଣା ଗ୍ରାମପାଖ କୁଆଖାଇ ନଦୀବନ୍ଧର ଖଣ୍ଡିଆ ନଦୀଗାଧୁଆ ତୁଠ କଡରୁ ଏକ ଯୁବକର ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଏହି ଥାନା ଅଧିନସ୍ଥ ବେଣାଗାଡିଆ ଗ୍ରାମର ନିରାକର ପୃଷ୍ଟିଙ୍କର ପୁଅ ମନୋଜ(୨୦) । ମନୋଜ ବଡବାଲିପଡା ଛକରେ ଥିବା ଏକ ଫଳ ଦୋକାନରେ କାମ କରୁଥିଲା ।ଶୁକ୍ରବାରଦିନ ସକାଳେ ସନ୍ଦେହଜନକ ଭାବେ ତାର ମୃତଦେହ ପଡିଥିବାର ସ୍ଥାନୀୟ ଗ୍ରାମର କିଚି ଯୁବକ ଶୈାଚ ପାଇଁ ଖଣ୍ଡିଆ ନଦୀକୁ ଯାଇଥିବାବେଳେ […]

ଡ୍ରେନେଜ୍ ରୁ ମିଳିଲା ମହିଳାଙ୍କ ମୃତ ଦେହ , ହତ୍ୟା ସନ୍ଦେହ

ଭୁବନେଶ୍ବର:୩୦/୧(ଏସଏସଏନ) ଗୁରୁବାର ଦିନ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରୁ ଜଣେ ମହିଳାଙ୍କ  ମୃତଦେହକୁ ପିପିଲି ପୁଲିସ ଉଦ୍ଧାର କରିଛି।ମୃତା  ମହିଳା ଜଣକ ଭୁବନେଶ୍ବରର ବଡଗଡ ବ୍ରିଟ୍ କଲୋନୀ ଅଞ୍ଚଳର ବୋଲି ମୃତଦେହ ନିକଟରେ ପଡିଥିବା ଏକ ବ୍ୟାଗ୍‌ରୁ ଆଧାର କାର୍ଡକୁ ନେଇ ପୁଲିସ ମୃତା ମହିଳାଙ୍କ ପରିଚୟ  ଜାଣିବାକୁ ପାଇଛି ।ପ୍ରକାଶ ଯେ , ପୁରୀ ଜିଲା ସୀମାବର୍ତ୍ତୀ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସୋଲଣା ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରେ ଜଣେ […]

କୁମାରଖୁଂଟିକୁ ଆସିଲା ନରହନ୍ତା ଦନ୍ତା.ଚିନ୍ତାରେଗ୍ରାମବାସୀ

ଚନ୍ଦକା ,୨୯/୧(ଏସଏସନିୟୁଜ)କୁମାରଖୁଂଟି ଆସିଲା ନରହତ୍ୟା କାରୀ ଦନ୍ତା ।ବନ୍ଧା ହୋଇ ରହିଥିଲେ ମଧ୍ୟ ନରହତ୍ୟା ଭଳି କଳଙ୍କିତ ଆଭୁଷଣକୁ ବହନ କରିଛି । ଯାଜପୁର ଜିଲ୍ଲାରେ୧୦ଦିନ ଧରି ଆତଙ୍କ ଖେଳାଇଥିବା ଗୋଠଛଡା ଦନ୍ତାହାତୀ ଜଣେ ନାବାଳକ ସହ ୪ଜଣଙ୍କୁ ପାଦରେ ଦଳି ହତ୍ୟାକରିବା ସହ ସେ ଅଂଚଳରେଆତଙ୍କ ଖେଳାଇଥିଲା । ଏହି ନରହତ୍ୟାକାରୀ ଦନ୍ତା ସମସ୍ତଙ୍କ ମୁଣ୍ଡବ୍ୟଥାରକାରଣ ପାଲଟିଥିଲା ।ତାକୁ ଧରିବାକୁ ଜଙ୍ଗଲବିଭାଗର କର୍ମଚାରୀମାନେ ନାହିଁନଥିବା ହଇରାଣ ହେବାକୁ ପଡିଥିଲା । ୨୭ତାରିଖରେ ଧରା ଦେଇଥିଲା ଦନ୍ତା […]

ହରିନାମରେ କମ୍ପିବ ବାବାଙ୍କ ପୀଠ

ବାରଙ୍ଗ,୨୮/୧(ଏସଏସନିୟୁଜ)ହରିନାମରେ କମ୍ପିବ ବାବା ସୋମନାଥଙ୍କ ପୀଠ ।ହରିକଥା ଶୁଣିବାକୁ ଆସିବେ ଭକ୍ତ । ନଅଦିନ ଧରି ଭକ୍ତମାନଙ୍କ ଜନଗହଳିରେ ପୁରିଉଠିବ ଏହି ପୀଠ ।ଏହିଭଳି ଏକ ପରିବେଶ ସୃଷ୍ଟି ହେବାକୁ ଯାଉଛି ବାବା ସୋମନାଥଙ୍କ ପୀଠରେ ।ରାଜଧାନୀ ଉପକଣ୍ଠ ଢାଓାସ୍ଥିତ ସୋମନାଥ ମନ୍ଦିର ହେଉଛିି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ । ମା ସରସ୍ୱତୀଙ୍କ ପୁଜାସ୍‌ବ ଦିନଠାରୁ ତ୍ରୟୋଦଶବାର୍ଷିକ ଶ୍ରୀଶ୍ରୀ ରାମଚରିତ ମାନଓ ନବାନ୍ନପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ବାବା ସୋମନାଥଙ୍କ ପୀଠରେ ଆରମ୍ଭ […]

ନବମ କ୍ରିଡାଉସ୍‌ବ ଉଦ୍‌ଯାପିତ

ଡେଲାଙ୍ଗ,୨୮/୧(ଏସଏସନିୟୁଜ) ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ନବମବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ରେଳବାଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗାନ୍ଧୀପୀଠ ବେରବୋଇ ରୁ ଏକ ଶୋଭାଯାତ୍ରାରେ ମଶାଲ ଜ୍ୟୋତି ଆସି ଖେଳପଡିଆରେ ସ୍ଥାପନ କରାଯାଇଥିଲା । ଡେଲାଙ୍ଗଥାନା ଏସଆଇ ଉପେନ୍ଦ୍ରନାଥଦାସଏହି ସମାରୋହକୁ ଶୁଭଉଦଘାଟନ କରିଥିଲେ ।ଉଦ୍‌ଯାପନୀ ଉସ୍‌ବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ରକୁମାର ଆଚାରିଆ,ସମ୍ମାନୀତଅତିଥିଭାବେ ମହିଳା ଏସ୍‌ଆଇ ଲାଇକା ମହାରଣା,ବିଦ୍ୟାମନ୍ଦିର ସଭାପତି ଡା.ବସନ୍ତକୁମାରଦାଶ, ଉପସଭାପତି ରାଜେଶ କୁମାରବିଶ୍ୱାଳ,ପ୍ରଧାନଆଚାର୍ଯ୍ୟ ନବକିଶୋର ମହାପାତ୍ର […]

ଆଜି ଠୁ ଆରମ୍ଭ ହେବ ପଦୋନ୍ନତି ଅଦାଲତ

ଭୁବନେଶ୍ବର :୨୮/୧(ଏସଏସଏନ) ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପଦୋନ୍ନତି ଅଦାଲତ ।   ପଦୋନ୍ନତିରୁ ବଞ୍ଚିତ ଯୋଗ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଇଏ ଏକ ସରକାରଙ୍କ ନୂଆ ପ୍ରୟାସ ।  ମଙ୍ଗଳବାର ଅର୍ଥାତ୍ ଆଜି ଠାରୁ  ପ୍ରଥମ ପର୍ଯ୍ୟାୟ ଆରମ୍ଭ।ପୂର୍ବ ନିର୍ଦ୍ଧାରିତ ୬ଟି ସ୍ଥାନରେ ବରିଷ୍ଠ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀଙ୍କ ଆପତ୍ତିର ଶୁଣାଣି କରିବେ। ଏହି ପର୍ଯ୍ୟାୟରେ ଶୁଣାଣି ପାଇଁ ୨୨୭୩ ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ସଂପୃକ୍ତ ଦରଖାସ୍ତକରୀଙ୍କ ନିକଟକୁ ଇ-ମେଲ ମାଧ୍ୟମରେ […]

ମାଘସପ୍ତମୀରେ ହେବ ଦୀପଦାନ ମହାମେଳା

ବାରଙ୍ଗ,୨୭/୧(ଏସଏସନିୟୁଜ) ରାଜଧାନୀ ଉପକଣ୍ଠ କଳାରାହଙ୍ଗରେ ରହିଛି ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା କେନ୍ଦ୍ର । ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦ ଚାରିଟେବୁଲଟ୍ରଷ୍ଟ ଦ୍ୱାରା ସନ୍ଥକବି ଭୀମଭୋଇ ମହିମାବିକାଶ ପରିଷଦର ଆହ୍ୱାନ କ୍ରମେ  ମାଘସ୍ତମୀ ଉପଲକ୍ଷେ ଦୀପଦାନ ମହାମେଳାର ଆୟୋଜନ ହେଉଅଛି ।ଆସନ୍ତା ୧ତାରିଖରେ ଗବେଷଣା କେନ୍ଦ୍ର ପରିସରରେ ଏହା ଅନୁଷ୍ଠିତ ହେବ ।ସବୁବର୍ଷ ଭଳି ଏଥର ଏହାକୁ ନିଆରା ଭାବେ ପାଲିବାକୁ ନିଷ୍ପତି ନେଇଛନ୍ତି ପରିଷଦ ,ଯେଉଥିରେ ରହିଛି କି ସ୍ୱତନ୍ତ୍ରତା ଓ ଅନ୍ୟମାନଙ୍କଠାରୁ ଭିନ୍ନତା । ଓଡିଶାର […]

ନନ୍ଦନକାନନକୁ ସଂକ୍ରମଣ ଭୟ ; ବନ୍ଦ କଲେ ପାଦଚଲା ବିହଙ୍ଗ ସରଣୀ

ବାରଙ୍ଗ,୨୭/୧(ଏସଏସନିୟୁଜ୍‌) ନନ୍ଦନକାନନକୁ ଘାରିଲାଣି ପୁଣି ସଂକ୍ରମଣ ଭୟ । ଯାହାଫଳରେ ଉଦ୍ୟାନରେ ଥିବା ପାଦଚଲା ବିହଙ୍ଗ ସରଣୀକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କର୍ତ୍ତୁପକ୍ଷ । ଆସନ୍ତା ମଙ୍ଗଳବାର ଦିନ ଠାରୁ ଏହି ସରଣୀ ସାମୟିକ ଭାବେ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ । କେବେ ଖୋଲିବ ତାହା ସୁଚନା ଦେଇନଥିବା ବେଳେ ପର୍ଯ୍ୟଟକମାନେ ଅତି ନିକଟରୁ ପକ୍ଷୀମାନଙ୍କୁ ଦେଖିପାରିବେ ନାହିଁ । ଇଏ ଏକ ଏଭଳି ସରଣୀ , ପକ୍ଷୀମାନଙ୍କ ଗ୍ରହଣରେ ପର୍ଯ୍ୟଟକମାନେ […]

କାଲି ଠୁ ବର୍ଷା:ଦୁଇ ରୁ ତିନି ଦିନ ବର୍ଷିବ

ଭୁବନେଶ୍ୱର :୨୭/୧(ଏସଏସଏନ) ରାଜ୍ୟର କେତେକ ସ୍ଥାନରେ ମଙ୍ଗଳବାରଠାରୁ ୨ ଦିନ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର , କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର  ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି […]