ନବମ କ୍ରିଡାଉସ୍‌ବ ଉଦ୍‌ଯାପିତ

ଡେଲାଙ୍ଗ,୨୮/୧(ଏସଏସନିୟୁଜ) ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ନବମବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ରେଳବାଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗାନ୍ଧୀପୀଠ ବେରବୋଇ ରୁ ଏକ ଶୋଭାଯାତ୍ରାରେ ମଶାଲ ଜ୍ୟୋତି ଆସି ଖେଳପଡିଆରେ ସ୍ଥାପନ କରାଯାଇଥିଲା । ଡେଲାଙ୍ଗଥାନା ଏସଆଇ ଉପେନ୍ଦ୍ରନାଥଦାସଏହି ସମାରୋହକୁ ଶୁଭଉଦଘାଟନ କରିଥିଲେ ।ଉଦ୍‌ଯାପନୀ ଉସ୍‌ବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ରାଜେନ୍ଦ୍ରକୁମାର ଆଚାରିଆ,ସମ୍ମାନୀତଅତିଥିଭାବେ ମହିଳା ଏସ୍‌ଆଇ ଲାଇକା ମହାରଣା,ବିଦ୍ୟାମନ୍ଦିର ସଭାପତି ଡା.ବସନ୍ତକୁମାରଦାଶ, ଉପସଭାପତି ରାଜେଶ କୁମାରବିଶ୍ୱାଳ,ପ୍ରଧାନଆଚାର୍ଯ୍ୟ ନବକିଶୋର ମହାପାତ୍ର ପ୍ରମୁଖ ଯୋଗଦେଇ ଖେଳକୁଦରେ କୃତି ଚାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହାପରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାନ କରାଯାଇ ସମାରୋହର ପରିସମାପ୍ତି ହୋଇଥିଲା ।

Comments (0)
Add Comment