Browsing monthly archive

March 2020

ଜଙ୍ଗଲ ଭିୟୁରେ ଫୁଟିଲା ଗୁଳି,ଜଣେ ଆହାତ

ବାରଙ୍ଗ,୪/୩(ଏସ ଏସ ନିଉଜ ) ବୁଧବାର ଦିନ ଅପରାହ୍ନରେ ଚନ୍ଦକା ଥାନା ଅଧିନସ୍ଥ ନନ୍ଦନକାନନ ପଛ ପଟରେ ଥିବା ଜଙ୍ଗଲ ଭିୟୁ ନାମକ ହୋଟେଲ ରେ ଗୁଳିକାଣ୍ଡ ହୋଇଛି ।ଏଥିରେ ହୋଟେଲ ମାଲିକ ସୌଭାଗ୍ୟ ବସତ ବଂଚି ଯାଇଥିବା ବେଳେ ଜଣେ କଷ୍ଟମର କାନ୍ଧରେ ଗୁଳି ବାଜିଛି ।ତାକୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାର ଜଣାପଡିଛି । ବୁଧବାର ଦିହିପହ୍ରରର ହୋଟେଲକୁ ୩ଜଣ ଯୁବକ ଖାଇବାକୁ ଆସିଥିଲେ । ସେମାନେ ମଦ୍ୟପାନ କରିଥିବାରୁ ଅଶ୍ଳୀଳ […]

ମୋ ସରକାର ଯୋଜନାରେ ସାମିଲ ହେଲା ନନ୍ଦନକାନନ

ବାରଙ୍ଗ,୨/୩(ଏସଏସନିୟୁଜ)ସାଧାରଣଲୋକଙ୍କୁ ସ୍ୱଛ ଶାସନ ଦେବାପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ସରକାର ଯୋଜନା ।ଏହି ଯୋଜନାରେ ନନ୍ଦନକାନନ ସାମିଲ ହୋଇଛି ।ସୋମବାରଦିନ ନନ୍ଦନକାନନ ଏଥିରେ ସାମିଲ ହେବାପରେ ଏକ ସାଇନବୋର୍ଡ ନନ୍ଦନକାନ କାର୍ଯ୍ୟାଳୟ କାନ୍ଥରେ ମରାଯାଇଛି ।ସୋମବାର ସନ୍ଧ୍ୟାରେ ଏହି ସାଇନବୋର୍ଡ ମରାଯିବାପରେ ମୋ ସରକାର ଯୋଜନାରେ ନନ୍ଦନକାନନ ସାମିଲ ହୋଇଥିବାର ଜଣାପଡିଥିଲା ।ଏଥିରେ ଯୋଗାଯୋଗ ନିମନ୍ତେ ଟେଲିଫୋନ ନମ୍ବର ମଧ୍ୟ ରଖାଯାଇଛି ।

ଚୋରି କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଲା ଚୋର

ଡେଲାଙ୍ଗ .୨/୩(ଏସଏସନିୟୁଜ)ହରିରାଜ ପୁର ଫାଣ୍ଡି ଅଂଚଳରେ ଜଣେ ବ୍ୟକ୍ତି ଚୋରିକରିବା ସମୟରେ ପୋଲିସ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ହରିରାଜପୁର ସ୍କୁଲ ନିକଟରେ ୨ ଜଣ ଅଜଣା ଲୋକଙ୍କୁ ଦେଖିବାକୁ ପାଇଥିଲା । ସନ୍ଦେହ ହେବାରୁ ପୋଲିସ କର୍ମଚାରୀମାନେ ଗାଡିକୁ ଅନତି ଦୂରରେ ରଖି ଉକ୍ତ ଯୁବକ ଦ୍ୱୟ ଉପରେ ନଜର ରଖିଥିଲେ । ସେମାନେ ନିଜନିଜ ମଧ୍ୟରେ ବାତ୍‌ର୍ାଳପ କରି […]

ବିଦାୟୀ ଅଧକ୍ଷଙ୍କୁ ସମ୍ଭର୍ଦ୍ଧନା କଲେ ,ଆର୍ଶିବାଦ ନେଲେ

ବାରଙ୍ଗ,୨/୩(ଏସ୍‌ଏସ୍‌ନିୟୁଜ)ଗୁରୁଶିଷ୍ୟର ପରମ୍ପରାକୁ ଦୋହରାଇଲେ । ଅନ୍ୟମାନଙ୍କ ପାଇଁ ଉଦାହରଣ ତିଆରିକଲେ ।ବିଦାୟ ସମୟରେ ଗୁରୁଙ୍କଠାରୁ ଆର୍ଶିବାଦ ଭିକ୍ଷାକଲେ ।ଶିକ୍ଷାଦାନର ସମୟ ଭିତରେ ପାଇଥିବା ଉପଦେଶ ସହ ଭଲପାଇବା ବିଷୟରେ ବଖାଣିଲେ ।ସୋମବାରଦିନ ବାରଙ୍ଗର ଅନ୍ୟତମ ଶକ୍ତିପୀଠ ସାରଙ୍ଗେଇ ମନ୍ଦିରରେ ଏହିଭଳି ଏକ ପରିବେଶ ସୃଷ୍ଟିକରିଥିଲେ ବାରଙ୍ଗ କୁଞବିହାରୀ କଲେଜର ଛାତ୍ରଛାତ୍ରୀମାନେ ।କୁଞବିହାରୀ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା କଲେଜରବିଦାୟୀ ଅଧକ୍ଷ ପ୍ରଫେସର ବିମଳଦାସଙ୍କୁ ସାରଙ୍ଗେଇପୀଠରେ ରାଜନୀତି ବିଜ୍ଞାନ ବିଭାଗ ର ଛାତ୍ରଛାତ୍ରୀ […]

ପୁତୁରା ପରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କଲା ଦାଦା

ବାରଙ୍ଗ୨/୩(ଏସଏସନିୟୁଜ) ନିଜ କୁଟୁମ୍ବର ପୁତୁରା ବେକରେ ରଶି ଲଗାଇ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିବାର ୩ଦିନ ନପୁରୁଣୁ ଆଜି ଦାଦା ସେମ୍ ଷ୍ଟାଇଲରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଘଟଣା ବାରଙ୍ଗଥାନା ଅର୍ନ୍ତଗତ ବେଂଟକାରପଡା ଗ୍ରାମରେ ଘଟିଛି । ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି ।  ପ୍ରକାସ ଯେ , ଗତ ୨୮ ତାରିଖ ରାତିରେ  ବିଜନଭୁୟାଁ ଓରଫ ବିଜୁ (୨୬) ନାମକ ଯୁବକ ରାତିରେ ଖାଇପିଇ […]

ସ୍କୁଲଟାଟାମ୍ୟାଜିକ୍‌ରେ ଲାଗିଲା ନିଆଁ,ଅଳ୍କକେ ବର୍ତିଲେ୨୫ ପିଲା

ବାରଙ୍ଗ,୨/୩(ଏସଏସନିୟୁଜ)ସ୍କୁଲଟାଟାମ୍ୟାଜିକ ଗାଡିରେ ଲାଗିଲା ନିଆଁ ।ସୈାଭାଗ୍ୟବଶତ ଗ୍ରାମର ପିଲାମାନେ ଗାଡିରୁ ସ୍କୁଲପିଲାମାନଙ୍କୁ ଉଦ୍ଧାର କରିବା ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତି ଯାଇଥିଲେ । ଏହିଭଳି ଏକ ଘଟଣା ସୋମବାରଦିନ ମଂଚେଶ୍ୱରଥାନା ଅର୍ନ୍ତଗତ କଳାରାହଙ୍ଗ ଗ୍ରାମରେ ଘଟିଥିବାର ଜଣାପଡିଛି । ପ୍ରକାସ ଯେ, ପଟିଆ ସରସ୍ୱତୀ ଶିଶୁମନ୍ଦିରରେ ପଢୁଥିବା ୨୫ଜଣ ଛୋଟଛୋଟ ପିଲାମାନଙ୍କୁ ଓଡି୦୨-କ୍ୟୁ-୬୭୪୪ନଂ ଏକ ଟାଟାମ୍ୟାଜିକ ଗାଡି ଛାଡିବାକୁ ସୋମବାରଦିନ ସାଢେ୧୦ଟାରେ ଆସିଥିଲା । କଳାରାହଙ୍ଗ ଗ୍ରାମ ଜେନାସାହିପାଖରେ ଗାଡିଟି ପହଁଚିବାବେଳେ ହଠାତ ଗାଡଟି […]

କବାଡିଆଦୋକାନରେ ଟ୍ରକ ଜଳିଗଲା

ବାରଙ୍ଗ,୨/୨ (ଏସଏସନିୟୁଜ) ରବିବାର ର।ତିରେ ବାରଙ୍ଗଥାନା ଅର୍ନ୍ତଗତ ନରଣପୁର ପାଖରେ ଥିବା ଏକ କବାଡିଆଦୋକାନରେ ଥୁଆ ହୋଇଥିବା ପୁରୁଣା ଟ୍ରକରେ ନିଆଁଲାଗି ପୋଡିଯାଇଛି ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ରବିବାରରାତିରେ କବାଡିଆଦୋକାନର କିଛି କର୍ମଚାରୀ ଗ୍ୟାସକଟର ସାହାର୍ଯ୍ୟରେ ଟ୍ରକଟିକୁ କାଟୁଥିଲେ ।କାମସାରି ଯାଇଥିବାବେଳେ ଗାଡିଭିତରେ ରହିଯାଇଥିବା ନିଆଁରୁ ଏଭଳି ହୋଇଥିବାର ଅନୁମାନ କରାଯାଉଛି ।ଖବରପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁକୁ ଆୟତ କରିଥିଲେ ।

ଚୋରୀ ମାମଲାରେ ଜଣେ ଗିରଫ

ଡେଲାଙ୍ଗ,୧/୨ (ଏସଏସନିୟୁଜ)ଡେଲାଙ୍ଗ ଥାନା ଅଧିନସ୍ତ ବ୍ରାହ୍ମଣତରବୋଇ ଗ୍ରାମରେ୨୦୧୯ ମସିହା ଅପ୍ରେଲ ୧୯ ତାରିଖରେ ବିନାୟାକ ବସ୍ତିଆଙ୍କ ଘରୁ ସୁନା ଓ ରୂପା ଅଳଙ୍କର ଚୋରିହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ସେ ସମୟରେ ପୋଲିସ ଅଭିଯୋଗକୁ ଭିତିକରି ୮୭/୧୯ ମାମଲା ରୁଜୁ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ମାନେ କାଣ୍ଡ ଘଟାଇ ଫେରାରଥିଲେ ।ଆଜି ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଏହି ଚୋରୀ ମାମଲାରେ ସପୃକ୍ତ ଅଭିଯୁକ୍ତ ବ୍ରାହ୍ମଣତରବୋଇ ଗ୍ରାମର ବାଟୁଆ ବେହେରା (୨୪) […]

ଡନ୍ କନେଷ୍ଟବଳଙ୍କ ବ୍ୟବହାରରେ ମୃତକପରିବାର କ୍ଷୁବ୍ଧ

ବାରଙ୍ଗ,୧/୩(ଏସଏସନିୟୁଜ୍) କେହି ଛୁଇଁ ପାରିବନାହିଁ ।ମୁଁ କହୁଛି ଯିଏ ଛୁଈଁବ ତା ନାମରେ କେଶ କରିବି ।ମୋତେ ଚିହିଁନାହଁ ଯଦି ଥାନାକୁ ଯିବ ଭଲକରି ଚିହେଁଇଦେବି ଏହିଭଳି ସର୍ବସାଧରଣରେ ତାଗିଦ କରିଥିବାର ଦୃଶ୍ୟ ସମସ୍ତଙ୍କୁ ହତବାକ କରିଥିଲା । ନନ୍ଦନକାନନ ଥାନାର ଡନ କନେଷ୍ଟବଳ ସାଜିଥିବା ମହାନ୍ତିବାବୁ । ନନ୍ଦନକାନନ ଥାନାର ଏହି ଡନ କନେଷ୍ଟବଲ ଭଲନାମ ହେଉଛି ସତ୍ୟନାରାୟଣ ମହାନ୍ତି ।ନନ୍ଦନକାନନଥାନାରେ ପାଖାପାଖି ୪ବର୍ଷ ହେଲା ଥାକ୍ ଜମାଇ ରହିଛନ୍ତି । ବଡହାକିମମାନଙ୍କ ସହ ଭଲବୁଝାମଣା […]

ଜାମୁଝରିରେ ପ୍ରତିଷ୍ଠା ହେବ ମହାତ୍ମାଗାନ୍ଧୀ ଜେଲ ଏକାଡେମି

ମେଣ୍ଢାଶାଳ,୨୯/୨(ଏସଏସନିୟୁଜ୍ର)ଜାମୁଝରିରେ ପ୍ରତିଷ୍ଠା ହେବ ମହାତ୍ମାଗାନ୍ଧୀ ଜେଲ ଏକାଡେମି । ଏଠାରେ ପ୍ରଶିକ୍ଷଣ ନେବେ ଜେଲରେ କାର୍ଯ୍ୟ କରୁଥିବା କର୍ମଚାରୀ । ରାଜ୍ୟଗୃହବିଭାଗ ପକ୍ଷରୁ ବିଦ୍ଧବଧଭାବେ ଶନିବାରଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର ତହସିଲ ଅର୍ନ୍ତଗତ ଛତାବର ମୈାଜାର ଖାତନଂ ୫୬୨,ପ୍ଲଟନଂ୧,ଏରିଆ୪୬ଏକର ପରିମିତ ଜାଗାରେ ଏହି ଏକାଡେମୀ କରାଯିବ । ଏହି ଶିକ୍ଷାପ୍ରତିଷ୍ଠାନ ରେ କାରାଗର ଓ ତ୍ରୁଟିନିବାରକ ଶିକ୍ଷା ଜେଲବିଭାଗର କର୍ମଚାରୀମାନେ ନେବେ । ଏହାସହିତ ବ୍ରହ୍ମପୁରରେ ଥିବା ଓଡିଶା ଜେଲ ପ୍ରଶିକ୍ଷଣସ୍କୁଲ କୁ […]