Browsing monthly archive

July 2020

ଆଜିର ଦିନଟି କେମିତି କଟିବ ଜାଣନ୍ତୁ ?

ଜୁଲାଇ ୩୧ତାରିଖ ୨୦୨୦ମସିହା(ଶୁକ୍ରବାର),ଶ୍ରାବଣ-ଶୁକ୍ଳପକ୍ଷ,ତିଥି -ଦ୍ୱାଦଶୀ ନକ୍ଷତ୍ର- ଜ୍ୟେଷ୍ଠା, ବିଛା, ଧନୁ ଓ ମୀନ ରାଶିର ଘାତବାର ,ଆଜି ଦ୍ୱାଦଶୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ , ଆଜିର ରାଶିଫଳ ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ […]

କାଶ୍ମୀର କୁ ଟାର୍ଗେଟ୍ , ପୁଣି ନୂଆ ଆତଙ୍କୀ ସଂଗଠନ”ପାଫ୍” ପାକିସ୍ତାନ୍ ଦେଉଛି ପ୍ରୋତ୍ସାହନ

ଶ୍ରୀନଗର:୩୦/୭(ଏସଏସଏନ୍)ପୁଣି ଥରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛି ପାକିସ୍ଥାନ ଓ ଏହାର ଗୁଇନ୍ଦା ଏଜେନ୍ସି । ଆଉ ଟାର୍ଗଟ୍ ରେ କାଶ୍ମୀର । ପିପୁଲ୍ସ ଏଣ୍ଟି ଫାସିଷ୍ଟ ଫଣ୍ଟ (ପିଏଏଫଏଫ୍) ନାମକ ଏକ ସଙ୍ଗଠନକୁ ସୃଷ୍ଟି କରିବାରେ ଆଇଏସଆଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଅବ୍ୟାହତ ରଖିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ  ବୋଲି ଜଣାପଡ଼ିଛି । ତେବେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରେ ଆତଙ୍କବାଦ […]

ଆଜି ୧୨୦୩ କରୋନା ପଜିଟିପ ଚିହ୍ନଟ ,୧୦ ମୃତ

ଭୁବନେଶ୍ଵର :୩୦/୭(ଏସଏସଏନ୍) ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ତା ସାଙ୍ଗକୁ ମୃତ୍ୟୁ ।ଆଜି ରାଜ୍ୟରେ ୧୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି । ଆଜି ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , […]

ଆଜିର ଦିନଟି କେମିତି କଟିିବ ଜାଣନ୍ତୁ?

ଜୁଲାଇ ୩୦ ତାରିଖ ୨୦୨୦ମସିହା(ଗୁରୁବାର).ଶ୍ରାବଣ-ଶୁକ୍ଳପକ୍ଷ, ତିଥି –ଏକାଦଶୀ.ତୁଳା ଓ କୁମ୍ଭ ରାଶି ର ଘାତବାର ,ଆଜି ଏକାଦଶୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା […]

ପବଜି ଲଭରଙ୍କୁ ଝଟକା , ବ୍ୟାନ୍ ହେବ ପବଜି !

ଭୁବନେଶ୍ବର:୨୯/୭(ଏସଏସଏନ୍) ଏବେ ପବଜି ଲଭରଙ୍କୁ ଝଟକା । ଖୁବ ଶୀଘ୍ର ପବଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ ମୋଦି ସରକାର । ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ଆଶଙ୍କା କୁ ନେଇ ବ୍ୟାନ୍ ହୋଇପାରେ। ସାଇବର ସିକ୍ୟୁରିଟି ଓ ୟୁଜର ପ୍ରାଇଭେସି ପାଇଁ ସରକାରଙ୍କ କଡ଼ା ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଜାରି ହେଲା ଅନଲକ୍‌-୩ ଗାଇଡଲାଇନ

ନୂଆଦିଲ୍ଲୀ:୨୯/୭(ଏସଏସଏନ୍) ବୁଧବାର କରୋନା ଭୂତାଣୁ ପାଇଁ କେନ୍ଦ୍ର ସରକାର ଅନଲକ୍‌-୩ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଦେଶବାସୀଙ୍କ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ସରକାର ଉଠାଇ ଦେଇଛନ୍ତି। ଏଣିକି ରାତିରେ ସାଧାରଣ ଲୋକ ଯାତାୟାତ କରିପାରିବେ।ଅନ୍ୟପଟେ ଦେଶରେ ଯୋଗ ଶିକ୍ଷାନୁଷ୍ଠାନ ଏବଂ ଜିମ୍‌ନାସିୟମଗୁଡ଼ିକ ଅଗଷ୍ଟ ୫ରୁ ଖୋଲିପାରିବ। କିନ୍ତୁ ଏହି ଅନୁଷ୍ଠାନଗୁଡ଼ିକ ପାଇଁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଜିୟୋର(ଏସଓପି) ଜାରି କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କଣ୍ଟେନମେଣ୍ଟ […]

ଚାଷୀଙ୍କ ଆକାଉଂଟକୁ ଆସିବ ଶେଷ କିସ୍ତି

ନୁଆଦିଲ୍ଲୀ,୨୯/୭(ଏସ୍‌ଏସ୍‌ନିୟୁଜ)ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାଅଧିନରେ ଚାଷୀଙ୍କ ଆକାଉଂଟକୁ ଅଗଷ୍ଟମାସରେ ଆସିବ୨ହଜାରେ ଟଙ୍କା । କେନ୍ଦ୍ରସରକାର ଚାଷୀମାନଙ୍କର ଅଭିବୃଦ୍ଧିପାଇଁ ଏହି ଆର୍ଥିକ ସହାୟତା ଦେବାପାଇଁ ଏହି ବ୍ୟବସ୍ଥା କରିଛନ୍ତି ।ଏହି ଯୋଜନାରେ ୧୦କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ସାମିଲ କରାଯାଇଥିବାବେଲେ ୩ଟି କିସ୍ତିରେ ୬ହଜାରେ ଟଙ୍କା ଦିଆଯିବ ।ଏହି ଯୋଜନାରେ ସାମିଲ ହୋଇଥିବା ଚାଷୀମାନେ ଶେଷ କିସ୍ତି ଅଗଷ୍ଟ ପହିଲାରୁ ସରକାର ଚାଷିମାନଙ୍କ ଆକାଉଂଟ କୁ ସହାୟତା ରାଶି ଛାଡିବାକୁ ଆରମ୍ଭ କରିବାକୁ ଯାଉଛନ୍ତି ।

ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ,୨୯/୭ (ଏସଏସନିୟୁଜ) ଦୀର୍ଘ୨୫ ବର୍ଷ ପରେ ପୁଣ୍ୟ କାର୍ତ୍ତିକ ମାସର ଦ୍ୱାଦଶ ଦିନରେ ମହାପ୍ରଭଙ୍କର ନାଗାର୍ଜୁନ ବେଶ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୨୭ରେ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ। ଚଳିତବର୍ଷ ପଞ୍ଚକ ୫ ଦିନ ପରିବର୍ତ୍ତେ ୬ ଦିନ ପାଳନ କରାଯିବ। ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।୧୯୯୪ ମସିହାରେ ଶେଷଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା। ମହାମାରୀକରୋନା କଟକଣା ଯୋଗୁ ଏଥର […]

ମାନବ ସମ୍ବଳ ବିକାଶ ହେଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ୨୯/୭ (ଏସଏସନିୟୁଜ) ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇ ଏହାକୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକରେ ଦେଶର ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।ଏଚଆରଡି ମନ୍ତ୍ରଣାଳୟ ପକ୍ଷରୁ ଡିଆଯାଇଥିବା ପ୍ରସ୍ତାବ ଅନୁସାରେ କ୍ୟାବିନେଟ ଅନୁମୋଦନ କରିଛି।ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରାଯାଇ ଏହାକୁ ଶିକ୍ଷା ମନ୍ତ୍ରଣାଳୟ ଭାବେ ନାମିତ କରିଛି ।

ଭାରତରେ ପହଞ୍ଚିଲା ୫ ରାଫେଲ

ନୂଆଦିଲ୍ଲୀ ,୨୯/୭(ଏସଏସନିୟୁଜ) ଭାରତରେ ବୁଧବାର ପହଞ୍ଚିଛି ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ। ଭାରତୀୟ ବାୟୁ ସୀମାରେ ଯୁଦ୍ଧ ବିମାନ ପ୍ରବେଶ କରିବା ମାତ୍ରେ ସମୁଦ୍ରରେ ମୁତୟନ ଥିବା ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ସେମାନଙ୍କୁ ସ୍ୱାଗତ ଜଣାଇଥିଲା। ଏହାପରେ ଭାରତୀୟ ବାୟୁସେନାର ୨ଟି ସୁଖୋଇ ଯୁଦ୍ଧ ବିମାନ ଉକ୍ତ ରାଫେଲ ବିମାନଗୁଡ଼ିକୁ ହରିୟାଣାର ଅମ୍ବାଲା ବିମାନଘାଟି ପର‌୍ୟ୍ୟନ୍ତ ପାଛୋଟି ଆଣିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଏହା ଜଣାଇଛନ୍ତି। […]