Browsing monthly archive

July 2020

ବୁଧବାର ପର୍ଯ୍ୟନ୍ତ ସଟ୍ ଡାଉନ ହେଲା ଦାଢାପାଟଣା

ବାରଙ୍ଗ ୩୧/୭(ଏସ୍‌.ଏସ୍‌.ନିୟୁଜ) ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଦାଢ଼ାପାଟଣା ପଞ୍ଚାୟତରେ କରୋନା ପଜିଟିଭ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। କିଛି ଦିନ ପୂର୍ବେ ଉକ୍ତ ପଞ୍ଚାୟତର ଦାଢ଼ାପାଟଣା ଗ୍ରାମରେ ପ୍ରଥମ କରୋନା ରୋଗୀର ମୃତ୍ୟୁ ଘଟିଥିଲା।ପରବର୍ତ୍ତୀ ସମୟରେ ପୁଣି ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଉକ୍ତ ଦୁଇଜଣ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ବ୍ୟବସାୟୀ । ବାରଙ୍ଗ ଅଞ୍ଚଳରେ ଦାଢ଼ାପାଟଣା ଏକ […]

ମାଲକାନଗିରିରେ ପ୍ଲାଜମା ଦାନ କରିବାକୁ ମନ୍ତ୍ରୀଙ୍କର ଆହ୍ୱାନ

ମାଲକାନାଗିରି,୩୧/୭(ଏସ୍‌.ଏସ୍‌.ନିୟୁଜ)ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପ୍ଲାଜମା ଦାନ କରିବା ନିମନ୍ତେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ।ଯାହାଦ୍ୱରା ଜଟିଳ କୋଭିଡ ରୋଗୀଙ୍କର ଜୀବନ ବଂଚାଇବାରେ ସହାୟକ ହୋଇପାରିବ ।ଏହାକୁ ଉସ୍‌ାହିତ କରବାପାଇଁ ଓ ପ୍ଲାଜମା ଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାଦାୟିତ୍ୱରେ ଥିବା କ୍ରିଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନାଗିରି ଗ୍ରସ୍ଥ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦାନ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ସୁସ୍ଥ […]

ରାଜ୍ୟରେ ଅନଲକ ୩॰0 ର ନୂଆ ନୀଯମ

ଭୁବନେଶ୍ୱର,୩୧/୭(ଏସ॰ଏସ॰ନିୟୁଜ)ଅଗଷ୍ଟ୧ ତାରିଖରୁ ରାଜ୍ୟରେ ଆରମ୍ଭହେବ ଅନଲକ୩॰୦ । ଆଜି ରାଜ୍ୟସରକାର ଏଥିପାଇ ନୂଆ ନିୟମ ପ୍ରଣୟନ କରିଛନ୍ତି। ଏହି ନୂଆ ନିୟମ ଅନୁଯାଇବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଦୋକାନରେ […]

ଅପେକ୍ଷା ଆଉ ୧୦ ଦିନ !ବଜାର କୁ ଆସିବ କରୋନା ଟିକା

କରୋନା ଯୋଗୁଁ ସାରା ବିଶ୍ଵ ଏବେ ଆତଙ୍କିତ ।କରୋନା ପାଇଁ ଅର୍ଥବ୍ୟବସ୍ଥା ବି ସ୍ଥାଣୁ । ସମସ୍ତଙ୍କ ମନରେ କୋକୁଆ ଭୟ । ଭୟବିତ ହେବାବି ସ୍ବଭାବିକ୍ । କାରଣ ଏହି ଅଦୃଶ୍ୟ ମହାମାରୀ କରୋନା କୁ ଦମନ କରିବା ପାଇଁ କୌଣସି ଔଷଧ କିମ୍ବା ଭାକସିନ୍ ବାହାରି ପାରି ନାହିଁ । କିନ୍ତୁ  କରୋନା ପ୍ରତିଷେଧକ ଉଦ୍ଭାବନ ନିମନ୍ତେ ସାରା ବିଶ୍ଵର ଗବେଷକ ଓ ବିଜ୍ଞାନୀ ଲାଗି ପଡ଼ିଛନ୍ତି । ଭାରତ​‌ରେ ଅକ୍ଟୋବର -ନଭେମ୍ବର ବେଳକୁ […]

ପୁରୀ ସ୍ୱର୍ଗଦ୍ୱାରରେ ହେବ ଗ୍ୟାଲେରୀ , ଠିଆ ହୋଇ ଦେଖିପାରିବେ ଶବ ସତ୍କାର

ପୁରୀ,୩୧/୭:(ଏସଏସଏନ୍) ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନର ପୁର୍ନରୁଦ୍ଧାର କରାଯାଇ ଏହାକୁ ଆକର୍ଷଣୀୟ କରାଯିବ ଏବଂ ତିଆରି ହେବ ଗ୍ୟାଲେରୀ  ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି। ସେଠାରେ ଚାଲିଥିବା ପୁର୍ନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି ଜିଲ୍ଳାପାଳ ଏହା କହିଛନ୍ତି। ସେ କହିଛନ୍ତି ଯେ ଶବ ସତ୍କାର ପାଇଁ ଆସୁଥିବା ଲୋକମାନେ ଯେପରି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ, ସେଥିଲାଗି ସେମାନଙ୍କୁ ଉତ୍ତମ ଆତିଥେୟତା ଯୋଗାଇ ଦିଆଯିବ। ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଶବ […]

କ୍ୟାପିଟାଲ ଥାନାରେ ୬ ଜଣଙ୍କୁ କରୋନା

ଭୁବନେଶ୍ୱର୩୧/୭(ଏସ.ଏସ॰ନିୟୁଜ) କ୍ୟାପିଟାଲ ଥାନାର ଆଉ ୬ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ନିକଟରେ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି।ଏଣୁ ଥାନାକୁ ସାନିଟାଇଜ୍ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି।

ଗୋଟିଏ ଗାଁରୁ ୭୪ ପଜିଟିଭ୍

ଢ଼େଙ୍କାନାଳ,୩୧/୭(ଏସ.ଏସ॰ନିୟୁଜ)ଢେଙ୍କାନାଳ ଜିଲ୍ଲାରେ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ କେବଳ ପିଙ୍ଗୁଆ ଗ୍ରାମର ବୋଲି ଜଣାପଡିଛି । ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଗୋଟିଏ ସାହିରୁ ୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ସାହିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।କିଛି ଦିନ ତଳେ ଗ୍ରାମର ୬ ଜଣଙ୍କ ଠାରେ କରୋନା ଜଣା ପଡ଼ିଥିଲା । ଗତ ମଙ୍ଗଳବାର ୧୭୬ ଜଣ ଲୋକଙ୍କର ସ୍ୱାବ୍ ପରୀକ୍ଷା […]

ପୁଣି ୧୪୯୯ ପଜିଟିଭ ଚିହ୍ନଟ , ୮ ମୃତ

ଭୁବନେଶ୍ୱର,୩୧ା୭(ଏସଏସନିୟୁଜ) ପୁଣି ଆଜି୨୯ଟି ଜିଲ୍ଲାରୁ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୬୮ଜଣ, ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢ଼େଙ୍କାନାଳରୁ ୯୨, କୋରାପୁଟରୁ ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦, ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ […]

ବିଡିଓ ଆସୁନାହାନ୍ତି,ଭାଇରାଲ ହେଲା ଭିଡିଓ

ବାରଙ୍ଗ,୩୦/୭(ଏସ୍‌ଏସ୍‌ନିୟୁଜ) ବାରଙ୍ଗ ଝୁନଝୁନଓାଲା ବିଦ୍ୟାପୀଠରେ ହୋଇଥିବା କ୍ଲଷ୍ଟର କ୍ୱାରେଟାଇନ ସେଂଟର ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବାର ଭିଡିଓ ସୋସିଆଲମିଡିଆରେ ଭାଇରାଲ ହୋଇଛି । ସେଂଟରରେ ରହୁଥିବା ଲୋକଙ୍କୁ ସର୍ବନିମ୍ନ ସୁବିଧା ପିଇବା ପାଣି ତିନିଦିନହେବ ମିଳୁନାହିଁ । କେବଳ ଏତିକି ନୁହେଁ ଗୋଟିଏ ମାତ୍ର ପାଇଖାନା ଅପରିସ୍କାର ହୋଇପଡିରହିଛି ,କ୍ୱାରେଟାଇନ ସେଂଟରର ଖଟତଳେ କୁକୁର ଶୋଇରହୁଛି ।ସେଂଟର ସାମ୍ନାରେ ବ୍ୟବହୃତ ଗ୍ଲୋବ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ପଡିରହିଛି ।ଏହି ସେଂଟରରୁ ରୋଗୀ ରହି ଘରକୁ ଫେରିଥିଲେ ମଧ୍ୟ ସେମାନେ […]

ଡାକ୍ତରଖାନାରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧/୭(ଏସଏସନିୟୁଜ) ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରେ ରୁଟିନ୍ ଚେକ୍ ଅପ୍ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭର୍ତ୍ତି ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷାଙ୍କୁ ଗୁରୁବାର ସନ୍ଧ୍ୟା ୭ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରୁଟିନ୍ ଚେକଅପ୍ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ଟେଷ୍ଟ୍ କରିବେ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡିଏସ ରାନା ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ।କଂଗ୍ରେସ ମଧ୍ୟ ସୋନିଆଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିବା କହିଛି ।ଡିପାର୍ଟମେଣ୍ଟ ଅଫ୍ ଚେଷ୍ଟ […]