Browsing daily archive

October 14, 2020

କୁକୁଡା ଫାର୍ମରେ ଗଣଦୁଷ୍କର୍ମ !

କଟକ,୧୪/୧୦(ଏସ ଏସ ନିୟୁଜ) ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଞ୍ଚଳରଏକ କୁକୁଡା ଫାର୍ମରେ ଜନୈକ ୧୫ବର୍ଷୀୟ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି। ପ୍ରକାସ ଯେ, ଗତିରାଉତପାଟଣାରୁ ଚାଉଳିଆଗଞ୍ଜ ଥାନା ପୋଲିସ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରାଯାଇଥିଲା। ନାବାଳିକାଙ୍କୁ ସିଡବ୍ଲ୍ୟୁସି ସମ୍ମୁଖରେ ହାଜର କରାଯିବାପରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ପୀଡ଼ିତାନାବାଳିକା କୌଶଳକ୍ରମେ ସେଠାରୁ […]

ଯାତ୍ରୀବାହୀ ବସ୍‌ ମାଲିକଙ୍କୁ ୫ଲକ୍ଷ ଫାଇନ୍

ଭୁବନେଶ୍ବର,୧୪/୧୦(ଏସ ଏସ ନିୟୁଜ ) ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍ କରାଯାଇଛି। ୨୦୧୯ ମେ’ରୁ ଏଯାଏ  ଟ୍ୟାକ୍ସ ଦିଆଯାଇ ନଥିବାରୁ RTO-୨ ଭୁବନେଶ୍ୱର ପକ୍ଷରୁ ଏପରି ଜରିମାନା କରାଯାଇଥିବାର  ସୂଚନା ମିଳିଛି । OD10 F0409 ନମ୍ବର ବସ୍‌ଟି  କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। ବସ୍‌ଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି।  

୨୧ ପଂଚାୟତରେ ସୃତିସଭା

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ)ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଡେଲାଙ୍ଗ ବ୍ଲକରେ ଶୋକର ଛାୟା ଖେଳିଯାଇଥିବା ବେଳେ ମଙ୍ଗଳବାର ଏକାଦଶାହ ଉପଲକ୍ଷେ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ସୃତିଚାରଣସଭା ପାଳନ ହୋଇଯାଇଛି ।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ବାସଭବନ ଠାରେ ପୂର୍ବତନ ସରପଂଚ ଲୋକନାଥ ବେହେରାଙ୍କ ସଭାପତିତ୍ୱରେ ସୃତିଚାରଣସଭା ପାଳନ ହୋଇଯାଇଛି । ଏହି ଅବସରରେ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପ୍ରଦାନ କରାଯିବା ସହିତ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ସ୍ୱର୍ଗତ ବିଧାୟକ ଡେଲାଙ୍ଗ […]

ଯୁବକକୁ ମରଣାନ୍ତକ ଆକ୍ରମଣ , ଥାନାରେ ଅଭିଯୋଗ ଦେଲେ ଆହତ

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ) ଜଣେ ଯୁବକକୁ ମରାଣାନ୍ତକ ଆକ୍ରମଣ ହୋଇଥିବାର ଡେଲାଙ୍ଗ ଥାନାରେଆହତ ଯୁବକ ଜଣକ ଅଭିଯୋଗ କରିଛନ୍ତି ।ସେପ୍ଟେମ୍ବର ୨୮ ତାରିଖ ରାତି ୧୦ ଟା ବେଳେ ଦୂର୍ବୁତମାନେ ସଂଘବଦ୍ଧ ହୋଇ ଡେଲାଙ୍ଗ ଥାନା ଗୋଡିପୁଟମାଟିଆପଡା ପଂଚାୟତର ବଡଇଚ୍ଛାପୁର ଗ୍ରାମରେ ଭଡାରେ ରହିଥିବା ସୁଜନପୁର ପଂଚାୟତ କଅଁଳପଡା ଗ୍ରାମର ସନ୍ତଷ କୁମାର ପଟ୍ଟନାୟଙ୍କ ବଡପୁଅ ସୁମନ୍ତ କୁମାର ପଟ୍ଟନାୟକ (୩୬) ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସ୍ […]

ଧରିଲେ ମଦ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ଗ୍ରାମରେ ଦେଶୀମଦ ବିକ୍ରିହେଉଥିବାର ବହୁବାର ଥାନାରେ ଅଭିଯୋଗ ହେଉଥିଲା । ରାତିହେବାମାତ୍ରେ ଦେଶିମଦର ପସରା ଖୋଲିଥାନ୍ତି ନିଜ ଘରେ ଏହି ବ୍ୟବସାୟୀ ଜଣଙ୍କ । ଏହି ଦେଶୀମଦ ପିଇ ବହୁ ନିରିହ ପରିବାର ସର୍ବସ୍ୱାନ୍ତ ହେଉଥିବାବେଳେ ବେଘର ହେବାର ନଜିର ମଧ୍ୟ ରହିଛି ।ତେବେ ଗତକାଲି ରାତିରେବାରଙ୍ଗଥାନା ଏସ୍‌ଆଇ ଏସ୍‌.କେ,ବରାଳ ପେଟୋଲିଂ କରୁଥିବାବେଳେ କୈାଣସିସୁତ୍ରରୁ ଖବରପାଇ ଚଢାଉ କରିଥିଲେ ।ଚଢାଉସମୟରେ ପାଟପୁର ଗ୍ରାମର ନିରଞନ ସାମଲଙ୍କୁ ଗୁରଫକରି ତାଙ୍କ ଘରୁ ୩୫ଲିଟର […]

ନନ୍ଦନକାନନ-ଜନ୍ମଦେଲା ଗୁରାଣ୍ଡି

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ଖୋଲିଛି ।ତେବେ ଆସୁଥିବା କମ୍ ସଂଖ୍ୟକ ପର୍ଯ୍ୟଟକମାନଙ୍କପାଇଁ ନନ୍ଦନକାନନ କର୍ତୁପକ୍ଷ ମଧ୍ୟ ବହୁବିଧ ବ୍ୟବସ୍ଥାମାନ କରିଛନ୍ତି ।ତେବେ ଆଉ କିଛିଦିନ ଗଲେ ଆରମ୍ଭ ହୋଇଯିବ ପାର୍ବଣ ରୁତୁ ।ଏହି ପାର୍ବଣ ରୁତୁରେ ପର୍ଯ୍ୟଟକମାନଙ୍କ ଗହଳିରେ ଭରିଉଠିଥାନ୍ତା ନନନ୍ଦନକାନନ ।କିନ୍ତୁ କରୋନା ପାଇଁ ସବୁ ଫିକାରେ ଚାଲିଛି ।ନା ଆସୁଛନ୍ତି ଆଶାନୁରୁପକ ପର୍ଯ୍ୟଟକ ନା ହେଉଛି ବ୍ୟବସାୟୀମାନଙ୍କର ବେପାର । ସବୁବର୍ଷ ପାର୍ବଣରୁତୁରେ ନନ୍ଦନକାନନ କର୍ତୁପକ୍ଷ ନୁଆପଶୁପକ୍ଷୀ ଆଣି ପର୍ଯ୍ୟଟକମାନଙ୍କୁ ପାର୍ବଣର ଭେଟି […]

ନିଶା ନେଲା ଯୁବକର ଜୀବନ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)ନିଶା ନେଲା ଯୁବକର ଜୀବନ । ନିଶା ପାଇଁ ଜଣେ ଯୁବକ କୁ ଆମ୍‌ହତ୍ୟା କରିବାକୁ ପଡିବା ଭଳି ଏକ ଘଟଣା ରାଜଧାନୀ ଉପକଣ୍ଠଣ୍ଟରେ ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ଯୁବକ ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଗ୍ରାମର ଦିଗନ୍ତ (ସିକୁ)ମହାନ୍ତି (୩୦) । ଗତକାଲି ରାତିରେ ବାକି ପରିଶୋଧ ପାଇଁ ଘରେ ଅଧିକପରିମାଣର ଅର୍ଥ ଦାବୀ କରିଥିଲା ,କିନ୍ତୁ ଘରର ଚଳିବା ପରିସ୍ଥିତିକୁ ଦେଖି ତାଙ୍କ ପରିବାର ଲୋକ ବାଧ୍ୟ ହୋଇ କିଛି ଅର୍ଥ ଯୋଗାଡକରି […]

ଆଉ ଦୁଇ ଲଘୁଚାପ ସୃଷ୍ଟି

ଖବର ଆଜି ସକାଳର, ତାରିଖ – ୧୪/୧୦/୨୦୨୦ ୧. ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍ । ୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି । ୩. ଚେନ୍ନାଇ ଚମକ ଫେରିଲା, ସନ୍‌ରାଇଜର୍ସର ପଞ୍ଚମ ପରାଜୟ । ୪. ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ […]

ବୁଧବାର କିପରି କଟିବ ଜାଣନ୍ତୁ?

ଅକ୍ଟୋବର ୧୪ ତାରିଖ ୨୦୨୦ମସିହା(ବୁଧବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ଦ୍ୱାଦଶୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,କର୍କଟ ରାଶି ର ଘାତବାର ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ୱାଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର […]