କେହି ଶୁଣିଲେନି ଶେଷରେ ରାସ୍ତାକାମ ନିଜେ କଲେ ଗ୍ରାମବାସୀ
ବାରଙ୍ଗ,୧୨/୩(ଏସ୍ଏସ୍ନିୟୁଜ)ଶୁଣିଲେନି ଲୋକପ୍ରତିନିଧି,ବ୍ଲକପ୍ରଶାସନ ।ବହୁବାର ଦୈାଡିଲେ ଗୁହାରୀନେଇ । ମିଳିଲା କେବଳ ଆଶ୍ୱାସନା ।କିନ୍ତୁ ହେଲାନି ଲୋକମାନଙ୍କ ସମସ୍ୟାର ନିରାକରଣ ।ନିରାଶ ହେବାପରେ ଆଉ ଗୁହାରୀ ନକରିବାକୁ ନିଷ୍ପତି ନେଲେ ।ଶେଷରେ ଅଂଟାଭିଡିଲେ ଗ୍ରାମବାସୀ । ଆଉ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ନିଜେ ଲାଗିପଡିଲେ । କଷ୍ଟ ସିନା ହେଲା କିନ୍ତୁ ଖାଲଖମା ଭରା ରାସ୍ତା ସମତଳ ହୋଇଥିଲା ।ନିଜର ରାସ୍ତାକୁ ନିଜେ ମରାମତି କରି ଆଜି ବେଶ ଚର୍ଚ୍ଚାକୁ ଆସିଛନ୍ତି ଗ୍ରାମବାସୀ । ଆମେ କହୁଛୁ […]